ସଂସ୍କୃତି,(୩୦/୦୮):- ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ…
Read MoreCategory: ଅନ୍ୟାନ୍ୟ
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ସମୀକ୍ଷା ବୈଠକ
ନୟାଗଡ,(୨୭/୦୮):- ଚଳିତ ଖରିଫ୍ ଋତୁରେ ନିଅଂଟିଆ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲାରେ ଉପୁଜିଥିବା ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମଧ୍ୟମ ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ଓଡ଼ିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଜ୍, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ବିଭିନ୍ନ ସାର କମ୍ପାନୀର ଅଧିକୃତ ବିକ୍ରେତା ଓ କମ୍ପାନୀର ଅଧିକାରୀ ଗଣ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କୃଷି ଅଧିକାରୀ ଏବଂ ସମବାୟ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ସେମାନଙ୍କର ବିଭାଗୀୟ ତଥ୍ୟ ସହ ସ୍ୱଳ୍ପ ବୃଷ୍ଟି ଜନିତ ଉପୁଜିଥିବା ସମସ୍ୟାର ନିରାକରଣ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମ୍ମାନନୀୟା ଜିଲ୍ଲାପାଳ…
Read Moreଏ ବର୍ଷ ଯୁକ୍ତ ଦୁଇରେ ଶତକଡ଼ା ୩୦ଭାଗ ସିଲାବସ୍ ହ୍ରାସ କରାଯିବ
ଶିକ୍ଷା:- ଗତବର୍ଷ ଭଳି ଏ ବର୍ଷ ଯୁକ୍ତ ଦୁଇରେ ସିଲାବସ୍ ୩୦% ହ୍ରାସ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ମହାମାରୀ କରୋନା ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ। ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ହେବ। ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟକାଲ୍ ହେବ। ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ। ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ। ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା…
Read Moreକଡାକଡି ହେଲା ଟ୍ରାଫିକ୍ ନିୟମ,ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ
ନୟାଗଡ଼,(୨୫/୦୮):- ସଡ଼କ ସୁରକ୍ଷା ଆଇନ୍ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶକୁ ଲାଗୁ କରିବାକୁ ଚିଠି ଲେଖାଯାଇଛି। ୩ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଙ୍ଘନ ହେଲେ ମଧ୍ୟ ୩ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବ। ଓଭରଲୋଡ୍ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ଲାଇସେନ୍ସ ରଦ୍ଦ ହେବ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧି ନଥିଲେ, ମୋବାଇଲ ବ୍ୟବହାର କରୁଥିଲେ, ରେଡ୍ ଲାଇଟ୍ ଉଲ୍ଲଙ୍ଘନ, ରଙ୍ଗରୁଟ୍ରେ ଡ୍ରାଇଭ କଲେ ଲାଇସେନ୍ସ ରଦ୍ଦ ହେବ। ଆଇନ୍ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ…
Read Moreଦିନକୁ ୩୦ମିନିଟ୍ ଚାଲିବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା
ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା। ସ୍ୱାସ୍ଥ୍ୟ:- ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍ କରିବାକୁ ଚାହୁଁଥିଲେ ଦିନକୁ ୩୦ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ଚାଲିବା ଦ୍ୱାରା ଷ୍ଟ୍ରେସ୍ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ। ବିଶେଷଜ୍ଞ ମତରେ, ଯଦି ଆପଣ ଗୋଟେ ଘଣ୍ଟା ଦ୍ରୁତ ଗତିରେ ଚାଲୁଛନ୍ତି, ତେବେ ଦିନ ତମାମ ଆପଣଙ୍କୁ ଅଳସୁଆ ଲାଗିବା ନାହିଁ ଓ ଆପଣ ସତେଜ ଅନୁଭବ କରିବେ। ଅଫିସ୍ରେ ୮ରୁ ୧୦ ଘଣ୍ଟା ବସିରହି କାର୍ଯ୍ୟ କରୁଥିଲେ ଓଜନ ବୃଦ୍ଧି ହେବାର ଓ ପେଟ…
Read Moreଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ
ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ…
Read Moreସେପ୍ଟେମ୍ବର ପହିଲାରୁ ନୟାଗଡ଼ରୁ ଭୁବନେଶ୍ଵରକୁ ନିୟମିତ ଚାଲିବ ରେଳ
ନୟାଗଡ଼,(୧୭/୦୮):- ପୂର୍ବତଟ ରେଳପଥ ଉପମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଦେବା ପରେ ଖୋର୍ଦ୍ଧା ଡିଭିଜନ ଭୁବନେଶ୍ୱର-ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ଚଳିତ ମାସ ୩୧ ତାରିଖରେ ଏହି ରେଳ ଭୁବନେଶ୍ୱରରୁ ନୟାଗଡ଼ ଆସିବ। ଏବଂ ସେପ୍ଟେମ୍ବର ୧ତାରିଖରୁ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଟ୍ରେନର ନିଦ୍ଧାରିତ ଷ୍ଟେସନ ଏବଂ ସମୟ ସାରଣୀ ପୂର୍ବଭଳି ରହିବ। ସେପ୍ଟେମ୍ବର ୧ରୁ ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି।
Read Moreଆସିଲା ଅଗଷ୍ଟ ଗାଇଡଲାଇନ୍ସ: ନିୟମ କୋହଳ
କଟକ, ଭୁବନେଶ୍ୱର, ପୁରୀରେ ସପ୍ତାହନ୍ତ ଜାରି୨୭ ଜିଲ୍ଲାରେ କଟକଣା କୋହଳଲାଗୁହେଲା ନୂଆ ମାର୍ଗଦର୍ଶିକାରାଜ୍ୟରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୀବନ ଓ ଜୀବିକା ଉପରେ ସମନ୍ୱୟ ରଖିବା ପାଇଁ ନିତି ନିର୍ଧାରଣ ହୋଇଛି। ଅଗଷ୍ଟ ଗାଇଡ ଲାଇନ୍ସ ଜାରି ହୋଇଛି। ୨୭ଜିଲ୍ଲାରେ ସଂକ୍ରମଣ କମିଛି। ଆଉ ଦୁଇ ଜିଲ୍ଲାରେ ସଂକ୍ରମଣ କମି ନାହିଁ। SRCପ୍ରଦୀପ କୁମାର ଜେନା ଘୋଷଣା କରିଛନ୍ତି।୧ ସାରା ରାଜ୍ୟରେ ସକାଳ ୬ରୁ ରାତ୍ରି ୮ଯାଏ ସବୁ ଦୋକାନ ଖୋଲା ରହିବ୨ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ ଜାରି ରହିବ୩ ସବୁ ମଲ ଖୋଲାଯିବ୪ ହୋଟେଲ, ରେସ୍ତୋରାଁ, ସିନେମା ଖୋଲା ରହିବ୫ ଦୁଇ ଡୋଜ ଟିକକରଣ ପ୍ରମାଣପତ୍ର ଜରୁରୀ୬ ହାଟ ଖୋଲା ରହିବ୭ ରାଜ୍ୟ ଭିତରେ ବସ ଚାଲି ପାରିବ୮ ଧାର୍ମିକ ସ୍ଥଳ ଖୋଲିବା ଦାୟିତ୍ୱ ଜିଲ୍ଲାପାଳ ହାତରେ..୯ ଭକ୍ତ,…
Read Moreନିରବ ହୃଦ୍ଘାତ ପୂର୍ବରୁ ଜାଣିରଖନ୍ତୁ ଏ ସଙ୍କେତ
ପ୍ରତିି ୧୫ ଜଣରେ ୫ଜଣ ହୃଦ୍ଘାତରେ ପ୍ରାଣ ହରାଉଛନ୍ତି ସର୍ବେକ୍ଷଣରୁ ପ୍ରକାଶିତ । ବର୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ହୃୃଦ୍ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ ଏବେର ପରିସ୍ଥିତିରେ ମହିଳାଙ୍କ ଉପରେ କାମର ଚାପ ବଢ଼ୁଥିବାରୁ ସେମାନେ ହୃଦ୍ଘାତର ଶିକାର ହେଉଛନ୍ତି । ୩୦ ବର୍ଷ ଅତିକ୍ରମ କରିବା ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ । ନିରବ ହୃଦ୍ଘାତ ହେବା ପୂର୍ବରୁ କୌଣସି ସଂକେତ ଜଣାପଡ଼ି ନଥାଏ । ଡାକ୍ତରୀ ଭାଷାରେ ଏହାକୁ ‘ସାଇଲେଂଟ ମାୟୋକାର୍ଡିଆଲ୍ ଇନଫାର୍କସନ୍ କୁହାଯାଏ । ଏହି ରୋଗରେ ହୃଦ୍ଯନ୍ତ୍ରଣା ଆଦୌ ହୋଇନଥାଏ । ଶବ ବ୍ୟବଚ୍ଛେଦରେ ହିଁ ହୃଦ୍ଘାତ ହୋଇଥିବାର ଜଣାପଡ଼େ । ଉଭୟ ପୁରୁଷ ଓ ମହିଳା ନିଜ ଖାଦ୍ୟପାନୀୟ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିତାନ୍ତ ଆବଶ୍ୟକ…
Read Moreବର୍ଷାଦିନେ ପରିବାକୁ ପରଖନ୍ତୁ
ବର୍ଷାଦିନେ ପରିବାକୁ ପରଖନ୍ତୁ ପନିପରିବାରେ ପୋକ ହେବା ଏକ ସାଧାରଣ କଥା । ତେବେ ବର୍ଷାଋତୁରେ ଏହି ପୋକଜୋକ ଅଧିକ ପରିମାଣରେ ହୋଇଥାନ୍ତି । ଏଣୁ ସତର୍କତା ଅବଲମ୍ବନ କରି ରୋଷେଇ କରିବା ଉଚିତ । ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର ପରିବା, ଏସବୁକୁ ଭଲଭାବେ ଧୋଇବା ସହ ନଖ ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ ସେଥିରେ ପରିବା କିଛି ସମୟ ରଖନ୍ତୁ ଏପରି କଲେ ସେଥିରୁ ପୋକଜୋକ ମରିଯାଇଥାନ୍ତି । – ଭଲଭାବେ ପରିବାକୁ ପରିଷ୍କାର ନ କରି ଖାଇଲେ ପେଟ ସଂକ୍ରମଣ ହେବା ସହ ଅନ୍ୟାନ୍ୟ ରୋଗ ହେବାର ଭୟ ବଢ଼ିଥାଏ । – ସବୁଜ ରଙ୍ଗର ପୋକ ଆଖିକୁ ମଧ୍ୟ ଦେଖାଯାଏନାହିଁ । ଏଣୁ ପରିବା ସବୁକୁ ଦିନବେଳା ହିଁ କାଟି ପରିଷ୍କାର ପରି ଫ୍ରିଜରେ ରଖିନେବା…
Read More