ଥୁଆବାରୀରେ ୮୦ତମ ପ୍ରଜାମଣ୍ଡଳ ସହିଦ ଶ୍ରାଦ୍ଧ ଦିବସ ପାଳିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀର ଗାଁ କହିଲେ ମନେ ପଡେ ଥୁଆବାରୀ ଗାଁ। ୧୯୩୬ ମହିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯୋଗଦେଇଥିବା ଥୁଆବାରୀ ଗ୍ରାମର ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେତେବେଳେ ଇଂରେଜମାନେ ସାରା ଭାରତ ବର୍ଷରେ ଶାସନ କରୁଥିଲେ ଗୋରା ସାହେବ ମାନଙ୍କ ଶାସନରେ ଅତ୍ୟାଚାରକୁ ରୋକିବା ପାଇଁ, ଭାରତ ମା’ର ସ୍ୱାଧୀନ ପାଇଁ ଏକ ଗଡ଼ଜାତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାନେ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମୀ ମାନେ ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇଥିଲେ। ଏବଂ ଗୋରା ସାହେବ ମାନଙ୍କୁ ମାଡ ମାରି ବିତାଡିତ କରି ବରକୋଳା ଡାକ ବଙ୍ଗଳାକୁ ନିଅଁ ଲଗାଇ ପୋଡ଼ି ଦେଇଥିଲେ। ବଙ୍ଗଳାରେ ନିଆଁ ଲଗାଇବା ସମୟରେ ଇଂରେଜ ଗୁଳିରେ ସେଠାରେ କଷ୍ଟି ଡାକୁଆ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଭାଗବତ ସ୍ୱାଇଁ ସହୀଦ ହୋଇଥିବା ବେଳେ ୫୮ଜଣଙ୍କୁ ଇଂରେଜମାନେ ମାଡ ମାରି ଘଉଡ଼ାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନରେ ୫୦ରୁ ଉର୍ଦ୍ଧ୍ବ ସଂଗ୍ରାମୀ ନୂଆଗାଁ ଥୁଆବାରି ଗ୍ରାମରୁ ନିଜର ପରିବାରଙ୍କୁ ଛାଡି ଭାରତ ମାତାକୁ ସ୍ୱାଧୀନ କରିବା ପାଇଁ ଆନ୍ଦୋଳନରେ ଯୋଗ ଦେଇ ହସି ହସି ନିଜର ଜୀବନକୁ ବଳିଦାନ ଦେଇଥିଲେ। ଆଜି ବି ଜଣେ ସ୍ୱାଧୀନତା ସଂଗ୍ରାମୀ ଭାରତ ମାତାର କୋଳରେ ନିଖୋଜ ଥିବା ସୂଚନା ମିଳିଛି।

ଏହି ପରିପ୍ରେକ୍ଷୀରେ ଆଜି ଥୁଆବାରି ଗ୍ରାମରେ ସହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା ସହ ସହୀଦ ସ୍ତମ୍ବ ନିର୍ମାଣ କରାଯାଇଥିଲା ତାହା ସହିତ ଥୁଆବାରିକୁ ଆଦର୍ଶ ଗ୍ରାମରେ ନାମିତ କରାଯାଇଛି। ଆଜିର ଏହି ୮୦ତମ ପ୍ରଜାମଣ୍ଡଳ ସହୀଦ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ବ୍ଲକ ମଣ୍ଡଳ ଉନୟନ ଅଧିକାରୀ ପ୍ରମୋଦ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଏବଂ ହରିପୁର ଗ୍ରାମପଞ୍ଚାୟତର ବିଜୁ ଯୁବ ଛାତ୍ର ସଂଗଠନର ସଭାପତି ଜିତେନ୍ଦ୍ର ଖଟୁଆ, ଗୁମି ଗ୍ରାମପଞ୍ଚାୟତର ସରପଞ୍ଚ ରଜନୀ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ବରକୋଳା ଡାକ ବଙ୍ଗଳାଠାରେ ସ୍ୱାଧୀନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା ।

Related posts