ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସେବା” ପରିସରରେ ବିଶ୍ଵ ମସ୍ତିଷ୍କ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରଜ୍ଞା ପରମିତା ମହାପାତ୍ର, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଦିୱାନି ବିଚାରପତି ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥିଭାବେ ‘ସେବା’ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା, ସମ୍ମାନିତ ଅତିଥିଭାବେ ‘ସେବା’ର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଓ ମୁଖ୍ୟ ବକ୍ତାଭାବେ ‘ସେବା ମାନସିକ ଅନଗ୍ରସର ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ କାର୍ଯକ୍ରମରେ ନିମନ୍ତ୍ରିତ ଅତିଥି ଗଣ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ସୁବିଧା, ସୁଯୋଗ ଓ ଆଇନ ସଂପର୍କରେ ଉପସ୍ଥିତ ଅଂଶଗ୍ରଣକାରୀଙ୍କୁ ବୁଝାଇ ଥିଲେ। ପରିଶେଷରେ ‘ସେବା ମାନସିକ ଅନଗ୍ରସର ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ବିଶ୍ୱ ମସ୍ତିଷ୍କ ସ୍ୱାସ୍ଥ୍ୟ ଦିବସ ପାଳିତ
