ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ସମାଜ ସେବା ପାଇଁ ଏବେ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ସମଗ୍ର ଜିଲ୍ଲାରେ ବସବାସ କରୁଥିବା ଶୈବ ସମ୍ପ୍ରଦାୟ ସମେତ ଜିଲ୍ଲାର ଜନ ସାଧାରଣଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ଧାର୍ମିକଚେତନା, ସାମାଜିକ ତଥା ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଆଜି ଭାପୁର ବ୍ଲକ ବଡ଼ସହରା ଗ୍ରାମର ଶୈବ ବିପ୍ରମାନେ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ପରିସର ସମେତ ଶ୍ମଶାନ ଭୂମିର ପରିସରକୁ ସଫେଇ କରିବା ସହିତ ବିଶୋଧନ କରିଛନ୍ତି।ଏଥି ସହିତ ଗାଁର ଅପରିତ୍ୟକ୍ତ ସ୍ଥାନ ଗୁଡିକର ସଫେଇ କାର୍ଯ୍ୟକରି ତାହାର ପୁନରୁଦ୍ଧାର କରିଛନ୍ତି। ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ର ପରିଚାଳକ ସଦସ୍ୟ ପରମ ଶୈବ ଦୀନବନ୍ଧୁ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ବଡ଼ ସହରା ଗ୍ରାମର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ।ଅନୁଷ୍ଠାନ ର ଏଭଳି କାର୍ଯ୍ୟପାଇଁ ଅଞ୍ଚଳବାସୀ ବେଶ ସାବାସୀ ଜଣାଇଛନ୍ତି।
Related posts
-
ଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୦ରେ ଭାପୁର ବ୍ଲକ ଅଡିସନ
ଭାପୁର, (ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦... -
ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ
Comments Off on ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ...