ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ହେବ। ଏଥି ନିମନ୍ତେ ରାଜ୍ୟ ସରକାର ୨୫ କୋଟି ଅର୍ଥ ମଞ୍ଜୁର କରିଛନ୍ତି। ଦୀର୍ଘ ଦିନ ଧରି ଶରଣକୁଳ ବାଇପାସ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ। ସୂଚନାଯୋଗ୍ୟ ଶରଣକୁଳ ଦେଇ ଜାତୀୟ ରାଜପଥ ଯାଇ ନ ଥିଲେ ମଧ୍ୟ ଏଠାରେ ୨୧ ନଂ. ରାଜ୍ୟ ରାଜପଥ ଯାଇଛି। ନୟାଗଡ ଜିଲ୍ଲାର ଶରଣକୁଳ ରାଜ୍ୟର ପ୍ରମୁଖ ଶୈବ କ୍ଷେତ୍ର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗତ ଦେଢ଼ ବର୍ଷ ଭିତରେ ଶରଣକୁଳରେ ୧୨ ଜଣଙ୍କ ଜୀବନ ଗଲାଣି। ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଲାଗି ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ଏଠାରେ ବାଇପାସ୍ ରାସ୍ତା ନିର୍ମାଣ ଆବଶ୍ୟକତା ରହିଥିଲା। ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ୨୦୨୦ ନଭେମ୍ବର ୨୪ରେ ଶରଣକୁଳରେ…
Read MoreCategory: ଅନ୍ୟାନ୍ୟ
ଡିସେମ୍ବର ୮ରୁ ୧୧ର ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନ ଉତ୍ସବ ଅନୁଷ୍ଠିତ ପାଇଁ ଏକ କାର୍ୟ୍ୟକାରୀ କମିଟି ବୈଠକ ଶନିବାର ପୂର୍ବାହ୍ନରେ ମହାବିଦ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ନୟାଗଡ଼ ପୌରପରିଷଦର କାଉନସିଲର ଏବଂ ମହାବିଦ୍ୟାଳୟର ଆଲୁମିନି ଉପସ୍ଥିତ ଥିଲେ । ଏହି ବୈଠକରେ ଆବାହକ ବିଶ୍ୱନାଥ ମହାପାତ୍ର ହୀରକ ଜୟନ୍ତୀ ପ୍ରସ୍ତୁତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସର୍ବସମ୍ମତି କ୍ରମେ ଡିସେମ୍ବର ୮ ତାରିଖରୁ ୧୧ ତାରିଖ ୪ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ, ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ଆଲୁମିନି…
Read Moreନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ…
Read Moreଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ବାସ୍ଥ୍ୟ ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନଉପରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍, ମେଡିସିନ୍, ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ, ଗାୟନୋକଲୋଜିଷ୍ଟ୍, ଗଳା ନାସା କର୍ଣ୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ…
Read More‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସଫା କଲେ ବ୍ଳକ ଅଧ୍ୟକ୍ଷ କିଶୋର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମାଛିପଡ଼ା ଗ୍ରାମପଞ୍ଚାୟତ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ପଦ୍ମଚରଣ ସାହୁ “ସ୍ଵଚ୍ଛତା ହିଁ ସେବା” ପ୍ରତ୍ୟେକ ପଞ୍ଚାୟତରେ ମୂଳମନ୍ତ୍ର ହେଉ ବୋଲି କହିଥିଲେ । ପ୍ଲାଷ୍ଟିକ, କାଚ, କାଗଜ, ଅନ୍ୟାନ୍ୟ ଅଳିଆ ଆବର୍ଜନାକୁ ଗୋଟିଏ ଯାଗାରେ ରଖି ପରିବେଶକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ବର୍ଜ୍ୟବସ୍ତୁକୁ ଉଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟତ୍ର ବାହାରେ ନ ପକାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବଚ୍ଛ ମିଶନ ପକ୍ଷରୁ ସେପ୍ଟେମ୍ବର ୧୫ତାରିଖରୁ…
Read Moreବିଜେପି ଛାଡି ବିଜେଡ଼ିରେ ମିଶିଲେ ବାବୁଲି ଜେନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତର ବିରୋଧି ଦଳର ନେତା ବାବୁଲି ଜେନା ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବାବୁଲି ଜେନା ହେଉଛନ୍ତି ମାଛିପଡା ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ସୁକେସିନି ଜେନାଙ୍କ ସ୍ବାମୀ । ସେ ମାଛିପଡ଼ା ପଞ୍ଚାୟତ ର ବିରୋଧ ଦଳର ବରିଷ୍ଠ ନେତା ଭାବେ ପରିଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ଃ.ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଆଜି ସେ ବିଧବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗ ଦ୍ବାରା ମାଛିପଡ଼ା ବିଜୁ ଜନତା…
Read Moreଦଶପଲ୍ଲା ପୁଲିସକୁ ସଫଳତା, ଗଞ୍ଜେଇ ଜବତ ଜଣେ ଗିରଫ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ଦଶପଲ୍ଲା ପୋଲିସ ୫୭ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଏସ.ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାରକୁ ସନ୍ଦେହ ହେବାରୁ ଅଟକାଇଥିଲେ ଏବଂ ସେଥିରୁ ୪୦କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଦଶପଲ୍ଲା ଥାନା କେସ ନଂ ୨୦୫ରେ ଏକ ମାମଲା ରୁଜୁ କରି ଓଡ଼ଗାଁ ଥାନା ଅନ୍ତର୍ଗତ ବନ୍ଧଭୁଇଁ ଗ୍ରାମର ସିତୁରାମ ସାହୁକୁ ଦଶପଲ୍ଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସିତୁଙ୍କ ଠାରୁ ଏକ ଓପୋ ମୋବାଇଲ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ କାର୍ଡକୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ଆମେଜ କାରକୁ ପୁଲିସ ସିଜ କରିଥିବା ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।
Read Moreକ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକରେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ହୋଟେଲ ତ୍ରିନାଥଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଅନ୍ୟତମ ଆବାହକ ତଥା ସିପିଆଇ ନେତା ସମାଜସେବୀ ବିଶ୍ୱନାଥ ମହାପାତ୍ର,ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନସୀର ଅହମ୍ମଦ,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ବିଜେଡି ନେତା ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ,ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର,ଅମୀୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ତୁରନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମେଗା ପ୍ରକଳ୍ପ ଅନୁଗୁଳ,ଢେଙ୍କାନାଳ,କଟକ,ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ବେଳେ ଏହି ଜିଲ୍ଲାର ନେତୃବୃନ୍ଦଙ୍କୁ…
Read Moreମହିଳା ସ୍ୱାବଲମ୍ବୀ ହେଲେ ସାମାଜିକ ବିକାଶ ହେବ: ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ରଙ୍ଗଣିପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ମହିଳାଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଚେଷ୍ଟିତ ବୋଲି କହିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦ୍ୱାରା ସାମାଜିକ ବିକାଶ ହେବ ବୋଲି କହିଛନ୍ତି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ୟ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ପଞ୍ଚାୟତ ପ୍ରାଙ୍ଗଣରେ ମିଶନ ଶକ୍ତି ଗୃହକୁ ଫିତା କାଟି ଉଦଘାଟନ କରି ଗାଁକୁ କାମ ଓ ମା ଙ୍କୁ ସମ୍ମାନ ଦେବା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ସଫଳ…
Read Moreଅମୃତଭଣ୍ଡା
ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ ରଖେ। ଏକ ସର୍ଭେ ଅନୁସାରେ ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାନ୍ସର ଆଶଙ୍କା କମ୍ ରହିଥାଏ। ଆଜିକାଲି ସମସ୍ତେ ନିଜ ଓଜନ କମ କରିବା ପାଇଁ ଲାଗି ପଡ଼ିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କଞ୍ଚା ଅମୃତ ଭଣ୍ଡା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ସାଲାଡ…
Read More