ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ, ପୂର୍ବତନ ରାଷ୍ଟ୍ରପତି ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୧ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିକମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ,ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ ଏବଂ ଧନେଶ୍ୱର ସେଠୀ ପ୍ରମୁଖ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ମୃତି କମିଟି ପକ୍ଷରୁ ଆବାହକ ଲକ୍ଷ୍ମୀଧର ସାହୁ , ଶେଖ ଅବଦୁଲ ଖାଲିକ,ବଟକୃଷ୍ଣ ମିଶ୍ର,ବିପିନ ଦାସ,ସୁରେଶ ସେଠୀ,ପ୍ରଶାନ୍ତ ପଟ୍ଟନାୟକ,ଅଶୋକ ମଲ୍ଲ,ଉମେଶ ସ୍ୱାଇଁ,ପ୍ରଦୀପ ସାହୁ,ସଂଗ୍ରାମ ସାହୁ,ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ଭଗବାନ ପଣ୍ଡା, ଶରତ ପାଳ, ବୈଷ୍ଣବ ସ୍ବାଇଁ,ରବିନ୍ଦ୍ର ସାହୁ, ଶିବ ନାୟକ,ଉଷାମଣି ମିଶ୍ର,ମୀନାକ୍ଷି କରଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଭାରତରତ୍ନ ଡ.କାଲାମଙ୍କ ୯୧ତମ ଜନ୍ମବାର୍ଷିକ ପାଳିତ
