ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ପଞ୍ଚାୟତର କଉଡା ଗ୍ରାମରେ ଶନିବାର ଭୋର୍ ସମୟରେ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ମୃତଦେହଟି ସେହି ଗ୍ରାମର ସୁରେଶ ପ୍ରଧାନଙ୍କ ପତ୍ନୀ ସୀତା ପ୍ରଧାନଙ୍କର ବୋଲି ଜଣାପଡିଛି। ମୃତା ସୀତାଙ୍କ ବାପଘର ବାରିହାପିଟା ହୋଇଥିବା ବେଳେ ୭ବର୍ଷ ପୂର୍ବେ ସେ କଉଡା ଗ୍ରାମର ଯଦୁ ପ୍ରଧାନଙ୍କ ପୁଅ ସୁରେଶଙ୍କୁ ବିବାହ କରିଥିଲେ। ତାଙ୍କର ୬ବର୍ଷର ଶିଶୁପୁତ୍ରଟିଏ ଅଛି। ବଡକଥା ହେଲା ମୃତା ସୀତାଙ୍କୁ ୧ଲକ୍ଷ ଟଙ୍କା ଯୌତୁକ ଦାବୀ କରାଯାଇଥିଲା ବେଳେ ଟଙ୍କା ଦେଇ ନପାରିବାରୁ ସ୍ବାମୀ, ଶାଶୁ, ଶ୍ବଶୁର ଓ ଦେଢଶୁର ମିଳିତ ଭାବେର ସୀତାଙ୍କୁ ହତ୍ଯାକରି ଦଉଡ଼ି ଲଗାଇ ଓହଳାଇ ଦେଇଥିବାର ଭାଇ ଟିକିନା ପ୍ରଧାନ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଶପଲ୍ଲା ପୋଲିସ୍ ୨୩୨/୧୫/୧୦୨୦୨୨ରେ କେସ୍ ରୁଜୁ କରି ତଦନ୍ତ ଜାରି ରଖିଛି। ସନ୍ଧ୍ଯା ସୁଦ୍ଧା ସୀତାଙ୍କ ଶବ ବ୍ୟବଛେଦ ହୋଇପାରି ନଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Related posts