ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ
ପିତା ପାଣୁ ଚରଣ ସାହୁଙ୍କ ୮୦ବର୍ଷ ବୟସରେ ପରଲୋକ ଘଟିଛି । ବ୍ଲକ୍ ଅଧ୍ୟକ୍ଷଙ୍କ ପିତା ସ୍ବର୍ଗତ ସାହୁ ଜଣେ ଜଣାଶୁଣା ସମାଜସେବୀ, ଧର୍ମପରାୟଣ, ସ୍ନେହି ଓ ମେଳାପି ବ୍ୟକ୍ତି ଥିଲେ । ଆଜି ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବା ସହ ପ୍ରାଣତ୍ୟାଗ କରିଛନ୍ତି। ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଅଧ୍ୟକ୍ଷଙ୍କ ଭାଟସାହି ସ୍ଥିତ ବାସଭବନରେ ପହଞ୍ଚି ଶୋକସନୃପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ସାହୁଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ବର୍ଗତ ସାହୁଙ୍କ ମୃତ୍ୟୁ ସମୟରେ ପରିବାରର ପୁଅ, ବୋହୂ, ନାତି ଓ ନାତୁଣୀ ସମସ୍ତେ ଉପସ୍ଥିତ ଥିବା ଜଣାପଡ଼ିଛି।
ନୟାଗଡ଼ ବ୍ଳକ ଅଧ୍ୟକ୍ଷଙ୍କ ପିତୃ ବିୟୋଗ
