ନୟାଗଡ଼ରେ ବିଶ୍ବ ଦୃଷ୍ଟି ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ବ ଦୃଷ୍ଟି ଦିବସ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ (ଟ୍ରେନିଂ ୟୁନିଟ୍)ରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଡା. ବେଉରା କହିଲେ ଯେ, ସଚେତନତା ହିଁ ଆମର ମୂଳ ଲକ୍ଷ । ଆମ୍ଭେମାନେ ପୁଙ୍ଖାନୁପୁଙ୍ଖ ଭାବେ ଚକ୍ଷୁର ଯତ୍ନ ନେବା ଏବଂ ପରୀକ୍ଷା କରାଇବା ସହିତ ସୁଷମ ଖାଦ୍ୟ ଗ୍ରହଣ ଓ ଧୂମପାନ ବର୍ଜନ କରିବା । ଚକ୍ଷୁର ଯତ୍ନ ନେବା ପରିପ୍ରେକ୍ଷିରେ କହିଲେ ଯେ, ଆମ୍ଭେମାନେ ପ୍ରତି ୨୦ମିନିଟ୍ ଅନ୍ତରରେ ୨୦ସେକେଣ୍ଡ୍ ଚକ୍ଷୁକୁ ବିଶ୍ରାମ ଦେବା ଏବଂ ୨୦ ଫୁଟ ଦୂରତାରେ ଥିବା କୌଣସି ବସ୍ତୁକୁ ଚାହିଁବା । ଏହା ଦ୍ଵାରା ଆମର ଚକ୍ଷୁ ସୁସ୍ଥ ରହିବ । ସେହିପରି ସଠିକ୍ ସମୟରେ ଚକ୍ଷୁ ପରୀକ୍ଷା କରି ଚଷମା ଲଗାଇବା ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ । ଏହି ବୈଠକରେ ADPHO(FW) ଡା, ସୁବାସ ଚନ୍ଦ୍ର ନାୟକ, DPHO ଡା. ପୁଷ୍ପା ନିଳିମା ଲାକ୍ରା, Superintendent ଡା. ସୁଧାଂଶୁ ଶେଖର ଷଡ଼ଙ୍ଗୀ, ADPHO(TB) ଡା. ଶରତ ଚନ୍ଦ୍ର ଦାଶ, ADPHO(DC) ଡା. ନୌସଦ୍ ଅଲ୍ଲୀ ଖାଁ, Community Health Officers, ଆଶାକର୍ମୀ, ନସିଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts