ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର NCC / NSS / YRC ଛାତ୍ରମାନେ ସହଯୋଗ କରିଥିଲେ । ନୟାଗଡ଼ ଜିଲ୍ଲାର ୧୮-୩୫ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ନେଇ ଚିତ୍ରାଙ୍କନ, କବିତା ଲିଖନ, ମୋବାଇଲ ଫଟୋଗ୍ରାଫି, ଯୁବ ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରୁ ୩ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ମାନ୍ୟବର ବିଧାୟକ ଡଃ. ଅରୁଣ କୁମାର ସାହୁ, ସମ୍ଭବର ସଂପାଦିକା ପଦ୍ମଶ୍ରୀ ସାବରମତୀ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ମାଷ୍ଟର ଟ୍ରେନର ଶ୍ରୀ ପ୍ରଶାନ୍ତ କୁମାର ଦାସ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, ସମାଜସେବୀ ବିଶ୍ଵନାଥ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ।
ନୟାଗଡ଼ରେ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
