ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପଦଯାତ୍ରା ଚାଲୁରହିଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର କର୍ମୀମାନଙ୍କୁ ନେଇ ଜୋରସୋର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଦେଇଛନ୍ତି। ବହୁବାର ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡା ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଜିତୁ ରଣସିଂହ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ଭୁଷଣ ସ୍ବାଇଁ, ସମିତି ସଭ୍ୟା ପ୍ରତିନିଧି ଆରତବନ୍ଧୁ ବେହେରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ବିଜେଡି ସୁପ୍ରିମଙ୍କ ସ୍ଵଛ ଓ ନିର୍ମଳ ଶାସନର ପ୍ରଚାର ପ୍ରସାର କରିଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତରେ ବୃଦ୍ଧ ବୃଦ୍ଧା ମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ନିମାଣି ଗ୍ରାମର ସରକାରୀ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ତଥା ସମାଜସେବୀ ଦେବୀ ପ୍ରସାଦ ମିଶ୍ରଙ୍କ ଝିଅ ଦିବ୍ୟାଙ୍ଗୀ ପ୍ରିୟା ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଟକାଇ ଫୁଲତୋଡ଼ାଦେଇ କହିଥିଲେ ଯେ, ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ହୋଇଥିବାରୁ ଏ ଫୁଲ ତୋଡ଼ାଟିକୁ ଆପଣ ହିଁ ତାଙ୍କୁ ଦେଇ ପାରିବେ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ବିଧାୟକଙ୍କ ସହ ଗ୍ରାମକୁ ଆସିଥିବା ସମସ୍ତ ନେତୃବୃନ୍ଦଙ୍କୁ ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ରାଜ୍ୟ ଯୁବସଂଗଠକ ଦେବୀପ୍ରସାଦ ମିଶ୍ର ଓ ଫାଉଣ୍ଡେସନର ପଂଚାୟତ ସଭାପତି ମନୋରମା ରାଉତ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରି ସ୍ଥାନୀୟ ସଦସ୍ୟ ମାନଙ୍କୁ ଆବଶକୀୟ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଥିଲେ।
