ସହରରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବିଧାୟକଙ୍କ ଦ୍ୱାରା ୪ କିଓସ୍କୋ, ମିଶନ ଶକ୍ତି ଗୃହ, ତ୍ରିନାଥ ମନ୍ଦିର ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ନୟାଗଡ଼ ସହରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ମେଗା ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସୁବିଧା ପାଇଁ କିଓସ୍କୋ ନିର୍ମାଣ କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଏହି କିଓସ୍କୋ ଗୁଡ଼ିକ ନିର୍ମାଣ କରାଯାଇଥିବା ବେଳେ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେସ୍ୟରେ ଲୋକାର୍ପିତ ହୋଇଛି । ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଟ୍ୟାସ୍କି ଷ୍ଟାଣ୍ଡ, ବଲାଙ୍ଗୀ ପାର୍କ ପରିସରରେ ନିର୍ମାଣ କରାଯାଇଥିବା କିଓସ୍କୋ ଆଜି ଲୋକାର୍ପିତ ହୋଇଛି। ପ୍ରତ୍ୟେକ କିଓସ୍କୋ ନିର୍ମାଣ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ କରାଯାଇଛି।…

Read More

ଭକ୍ତି ସଙ୍ଗୀତ ଫାଇନାଲ, ପ୍ରୟାତାତ୍ମା ହେଲେ ନୟାଗଡ଼ ସଙ୍ଗୀତ କଲ୍ଲୋଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ପଠାଣି ସମାନ୍ତ ସଂସ୍କୃତି ଭବନ ଠାରେ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଫାଇନାଲରେ ପ୍ରୟାତତ୍ମା ରଥ ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୧ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଫାଇନାଲ ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଗୀତା ଦାଶ, ଆଲୋକ କୁଣ୍ଡୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ ଗଣ୍ଠିଆ ଯୋଗଦାନ କରି ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ବାଛିଥିଲେ। ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ…

Read More

ମୋ ସମୟ ର ନୟାଗଡ଼ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରି କ୍ଳବ ପରିସରରେଅଧ୍ୟlପକ ସରୋଜ କୁମାର ପଟ୍ଟନାୟକ ଙ୍କ ଉଦ୍ୟମ ରେ ନୟାଗଡ଼ ର ସୁନାମଧନ୍ୟ, ଆଇନଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ସ୍ବର୍ଗତ ନରସିଂହ ପଟ୍ଟନାୟକ ଙ୍କ ଲିଖିତ ସଂକ୍ଷିପ୍ତ ଆତ୍ମଲିପି “ମୋ ସମୟ ର ନୟାଗଡ଼ :ଧ୍ୱନି, ପ୍ରତିଧ୍ୱନି ଏବଂ ବିଦୂଷି ବିଭୁ ପରାୟଣ ଓ ସୁ ସାହିତ୍ୟିକା ସ୍ବର୍ଗତା ମନୋରମା ପଟ୍ଟନାୟକ ଙ୍କ ଲିଖିତ ଭଜନାବଳୀ “ନୀଳ ପର୍ବତ ର କାଳିଆ ସୁନା ର ଶୁଭ ଉନ୍ମୋଚନ ହୋଇଛି, ଏହି ଅବସରରେ ଅବସର ପ୍ରାପ୍ତ ଅଧକ୍ଷ,ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱର ର ଡ଼. ଅରବିନ୍ଦ ପଟ୍ଟନାୟକ ଓ ଅବସର ପ୍ରାପ୍ତ ଅଧକ୍ଷ, ଶରଣକୂଳ ମହାବିଦ୍ୟାଳୟ ର ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ନିଜ କର କମଳ ରେ ପୁସ୍ତକ ଉନ୍ମୋଚନ କରିଥିବା ବେଳେ, ମୁଖ୍ୟ ଅତିଥି…

Read More

ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା – ୨୦୨୪

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ମହୋତ୍ସଵ ପଡିଆରେ ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା। ନୂଆଗାଁ ମହୋତ୍ସବ କମିଟି ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ପଞ୍ଚୁପାଣ୍ଡଵ ମନ୍ଦିର ସମ୍ମୁଖରୁ ପୂଜାର୍ଚନା କରାଯାଇ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ନୂଆଗାଁ ଯାଇଥିଲେ ଏବଂ ସେଠାରୁ ମୃଦଙ୍ଗ, ଢୋଲ ଘୋଡା ନାଚ ଓ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ବିରାଟ ପାଟୁଆର ବାହାରିଥିଲା। ନୂଆଗାଁ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡିଆରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଅପରାହ୍ନରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Read More

ଭଏସ୍ ଅଫ୍ ନୟାଗଡ଼ର ବିଜେତା ହେଲେ ଦେବୀପ୍ରସାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ଚତୁର୍ଥ ସିଜିନ୍ ର ଗ୍ରାଣ୍ଡ ଫାଇନାଲ୍ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ନୟାଗଡ଼ କ୍ଳବର ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋୖରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ଥିବା ବେଳ ନୟାଗଡ଼ କ୍ଳବ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ସଂପାଦକ ମହିର ରଂଜନ ନାୟକ ଓ…

Read More

ଭଏସ୍ ଅଫ୍ ନୟାଗଡ଼ର ଅନ୍ତିମ ପର୍ଯ୍ୟାୟରେ ଆଠ ଜଣ ଯୁବ କଣ୍ଠଶିଳ୍ପୀ

ଜାନୁଆରୀ ୨୮ରେ ଅନୁଷ୍ଠିତ ହେବ ଫାଇନାଲ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଭଏସ୍ ଅଫ୍ ନୟାଗଡ଼, ସିଜିନ୍ ୪ ର ଆଜି ଥିଲା ସେମିଫାଇନାଲ। ଜିଲ୍ଲାର ବିଭିନ୍ନ ବ୍ଳକରୁ ଚୟନ ହୋଇଥିବା ୧୭ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଅନ୍ତିମ ପର୍ଯ୍ୟାୟକୁ ବର୍ଷାରାଣୀ ନାୟକ, ଦେବୀ ପ୍ରସାଦ ନନ୍ଦ, କିର୍ତ୍ତୀକା ମଣ୍ଡଳ, ଶୁଭସ୍ମିତା ବେହେରା, ଆଶୁତୋଷ ବେହେରା, ମିଲନ କୁମାର ସ୍ୱାଇଁ, ବିଶ୍ୱଜିତ ନାୟକ, ନୟନିକା ପଟ୍ଟନାୟକ ପ୍ରମୁଖ ୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୟାଗଡ଼ କ୍ଳବର ସଂପାଦକ ମିହିର ରଂଜନ ନାୟକ ପାରମ୍ପରିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ସଂଯୋଜନା କରିଥିଲେ କ୍ଲବର ସଦସ୍ୟ ଅରୁଣ ମହାନ୍ତି, ଅବିନାଶ ସାହୁ , ପ୍ରସନ୍ନ କୁମାର ବସନ୍ତିଆ, ବାସୁଦେବ ସାହୁ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ। ଆଜିର…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ସେମି ଫାଇନାଲରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୩୩ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ସଙ୍ଗୀତଗୁରୁ ମାଧବ ମହାରଣା ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୧ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ । ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ପ୍ରୟତାତ୍ମା ରଥ, ଶୁଚିସ୍ମିତା ନନ୍ଦ, ଓମ ପ୍ରକାଶ ପାତ୍ର, ସଙ୍ଗୀତା ପ୍ରଧାନ, ଶ୍ରୀଜଲ ମହାନ୍ତି, ଶୁଚିସ୍ମିତା ଦୋରା,…

Read More

ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ। ନାଟକ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ଡ. ଆଶୁତୋଷ ମିଶ୍ର । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ବି.ଡି.ଓ ପଦ୍ମ ଚରଣ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦେଇ ନୟାଗଡରେ ନାଟକର ସମୃଦ୍ଧି ପାଇଁ ଏମିତି…

Read More

ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଗେଷ୍ଟ’

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ଗେଷ୍ଟ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ହାସ୍ୟ ରସାତ୍ମକ ଓ ସାମାଜିକ ସଚେତନତା ପୂର୍ଣ୍ଣ ନାଟକ “ଗେଷ୍ଟ “।ସରକାରୀ ଚାକିରୀ କରିଥିବା ଜଣେ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଘରକୁ ଆସିଥିବା ଅତିଥିଙ୍କ ଦ୍ଵାରା କିପରି ହଇରାଣ ହୋଇଛନ୍ତି ଏବଂ ଏ ସବୁ ପରେ ବି ଅତିଥି ଚାଲିଯିବା ପାଇଁ କୌଣସି ଆଗ୍ରହ ଦେଖାଉନାହାନ୍ତି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଗେଷ୍ଟ। ନାଟକ ରଚନା କରିଛନ୍ତି ଆମ ସମୟର ଖ୍ୟାତନାମା ନାଟ୍ୟକାର ଦର୍ପ ନାୟଣ ସେଠୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା…

Read More

ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ”। ନିଜକୁ ବେଶ୍ ଉଚ୍ଚଶିକ୍ଷିତ ଓ ବୁଦ୍ଧିମାନ ମନେକରୁଥିବା କିଛି ତଥାକଥିତ ମଣିଷ ମଧ୍ୟ ସମୟକ୍ରମେ ଅଂଧବିଶ୍ୱ।ସର କବଳରେ କବଳିତ ହୋଇଥାଏ।ବଂଚିବାର ଦୁର୍ବାର ଦୁର୍ବଳତା ଯୋଗୁଁ ନିଜ ଆଦର୍ଶ,ସଂସ୍କାର , ଅଭିମାନକୁ ମଧ୍ୟ ଦୂରେଇ ଦେଇଥାନ୍ତି ସେମାନେ, ଏମିତି ଏକ ମାନସିକ ଭାବବୋଧକୁ ନେଇ ନାଟକ ରଚନା କରିଛନ୍ତି ନାଟ୍ୟକାର ଗଦାଧର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପବିତ୍ର କୁମାର ମହାନ୍ତି।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ କୁମାର ରଥ,ସମ୍ମାନିତ ଅତିଥି ବିଶିଷ୍ଟ…

Read More