“କେତେ କାନ୍ଦିବୁରେ ଗୌର ଦାସ” ସାମାଜିକ ନାଟକ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ କନ୍ଧଖାଲମଡା ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବି ମା ବାଗଦେବୀ ଙ୍କ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସକାଳ ୧୧ଘଟିକା ସମୟରେ ବାଲିତୋଟା ରେ ମା ବାଗଦେବୀ ଠାକୁରାଣୀ ଙ୍କ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ମୁଣ୍ଡରେ କଳସ,ନାମ ସଂକୀର୍ତ୍ତନ, ଢୋଲ ବାଜା, ବାଣ,ଧଳା କଳା ଘୋଡା ଚଢି ସୁସଜ୍ଜିତ ପଟୁଆରେ ବାହାରି ପୋଡାଗଡ ଠାରେ ପହଞ୍ଚି ମା ବାଗଦେବୀ ଠାକୁରାଣୀ ଙ୍କୁ ସ୍ଥାପନ କରାଯାଇଥିଲା।ଦିର୍ଘ ଦୁଇଦିନ ଧରି ହୋମ , ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖାଲମଡା ଗ୍ରାମର ମା ତାରିଣୀ ନାଟ୍ୟ ସାଂସଦ ର ଯୁବ କଳାକାର ମାନଙ୍କ ଦ୍ଵାରା “କେତେ କାନ୍ଦିବୁରେ ଗୌରଦାସ” ଏକ ପାରିବାରିକ ନାଟକ ମଞ୍ଚସ୍ଥ ହୋଇଥିଲା। ଯାତ୍ରା କମିଟିର ସଭାପତି ନରସିଂହ ଜାନୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ରିବନ ଫିତାକାଟି ଉଦଘାଟନ କରିଥିବା ସହିତ ମା ବାଗଦେବୀ ଙ୍କୁ ଦର୍ଶନ କରିଥିଲେ । ପରେ ବିଧାୟକ ଶ୍ରୀ ବେହେରା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ, ସମିତି ସଭ୍ୟା ପ୍ରଭାତୀ ମଳିକ, ଜିଲ୍ଲା ଯୁବ ବିଜେଡି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ଗୁମି ସରପଞ୍ଚ ବବ୍ରୁ ମହାରଣା, ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ , ବ୍ଲକ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା,ଯାତ୍ରା କମିଟିର ସଂପାଦକ ଅଇଁଠା ମଳିକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ନିର୍ଦ୍ଦେଶନା ଦେଇଥିଲେ ଅଶୋକ କୁମାର , ନାରୀ ଭୂମିକାରେ ତପସ୍ଵିନୀ , ରଶ୍ମୀ, ଖୁଶି, ସଂଯୁକ୍ତା, ପୁରୁଷ ଭୂମିକାରେ ନିତୁନ ହାଲ, ସନା, ଶିବ, ଜିତୁ, ରୁନୁ, ଟୁକୁ,ଗୋଲୁ,ସନ୍ତୋଷ, ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜିତୁ ଭାଇ। ନାଟକ ଟି ଉଚ୍ଚ କୋଟୀର ହେଇଥିବାରୁ ଦର୍ଶକ ଉପଭୋଗ କରିଥିଲେ। ମା ବାଗଦେବୀ ଯାତ୍ରା କମିଟି ତରଫରୁ ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କାର୍ଯ୍ୟ ପାଇଁ ମାନ୍ୟବର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମାଜସେବୀ ଶଙ୍କର୍ଷଣ ବେହେରା, ସାମ୍ବାଦିକ ହୃଦୟାନନ୍ଦ ସାସମଲ , ଶିବଦତ୍ତ ପାତ୍ର, ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ପ୍ରମୁଖ ଙ୍କୁ କମିଟି ତରଫରୁ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ। ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଦୁଇଦିନ ଧରି ଯାତ୍ରା ଉତ୍ସବ ଶାନ୍ତି ଶୃଙ୍ଖଳା ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୩୦ ଖଣ୍ଡ କୋରଡ଼ା ମାଳ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଯାତ୍ରା ଉତ୍ସବ ଉପଭୋଗ କରିଥିଲେ। ପରି ଶେଷରେ ଯାତ୍ରା କମିଟିର ସଭାପତି ନରସିଂହ ଜାନୀ, ସଂପାଦକ ଅଇଁଠା ମଳିକ ଅଞ୍ଚଳବାସୀ ଙ୍କୁ ଧନ୍ୟବାଦ ଦେଇଥିଲେ।

Related posts