ରୋଟାରୀ କ୍ଳବ୍ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି

ନୟାଗଡ଼- ଆଜି ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି। ତାଙ୍କ ସହିତ ଥିଲେ ୩୨୬୨ ଜିଲ୍ଲା କାର୍ଯ୍ଯନିର୍ବାହୀ ସଚିବ ରୋଟାରିଆନ୍ ଆଶିଷ ସାହୁ। ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ଯ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା କାର୍ଯ୍ଯନିର୍ବାହୀ ସଚିବ ଶ୍ରୀଯୁକ୍ତ ସାହୁ ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ଯାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ। ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସ ର ଉପଯୋଗିତା ସହିତ ଗଛ ରୋପଣ,ସାମ୍ବାଦିକତା ଦିବସ,ରାଷ୍ଟ୍ରନିର୍ମାତା ସମ୍ମାନ,ରକ୍ତଦାନ ଶିବିର,ସ୍ବାସ୍ଥ୍ଯ ଶିବିର,ଜିଲ୍ଲା ପରିବେଶ ସେମିନାର ଆଦି ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ କ୍ଳବ୍ ସଂପାଦକ ରୋଟାରିଆନ୍ ଶ୍ରୀଧର ସାହୁ ପ୍ରଦାନ କରି ଥିଲେ।

ରୋଟାରୀ କ୍ଳବ୍ ର ସୁନ୍ଦର ଫିଜିଓଥେରାପି ସେବା ଓ ଆମ୍ବୁଲାନ୍ସ ସେବା କୁ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ସାଧୁବାଦ ଜଣାଇବା ସହିତ ରୋଟାରୀ ଫାଉଣ୍ଡେସନ ସହାୟତା ରେ ଏକ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ଓ ଇକୋ ଆମ୍ବୁଲାନ୍ସ କ୍ଳବ୍ କୁ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସରକାରୀ ଚାକିରି କରି ସମାଜର ନିମ୍ନ ସ୍ତରରେ ଉପଯୁକ୍ତ ସେବା ଯୋଗାଉଥିବା ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ଯ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ନର୍ସିଂ ଅଧିକାରିଣୀ ସଙ୍ଗୀତା ସାମନ୍ତରାୟ, ହୋମଗାର୍ଡ ବାଲ୍ମିକୀ ସାହୁ, ରିଜର୍ଭ ପୋଲିସ୍ ଜଗବନ୍ଧୁ ପ୍ରଧାନ, ଟ୍ରାଫିକ ପୋଲିସ୍ ଅଶୋକ କୁମାର ଦୋରା, ଫାୟାର ମ୍ଯାନ୍ ବରୁଣ କୁମାର ନାୟକ ଓ ପୌରପରିଷଦର ସୁଇପର ରାଜକିଶୋର ଦଳେଇ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମେମୋଣ୍ଟୋ ଦେଇ ସମ୍ମାନିତ କରାଯାଇ ଥିଲା। କ୍ଳବ୍ ର ବରିଷ୍ଠ ସଦସ୍ଯ ଓ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବହୁ ସଦସ୍ଯ ମାନଙ୍କୁ ଜିଲ୍ଲା ଗଭର୍ଣ୍ଣର ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇନରହୁଇଲ୍ କ୍ଳବ୍ ର ସଦସ୍ଯ, ବରିଷ୍ଠ ନାଗରିକ ମଞ୍ଚ, ଭାରତ ବିକାଶ ପରିଷଦ ,ସମର୍ପଣ, ସିଭିଲ ସୋସାଇଟି ଆଦି ବହୁ ସାମାଜିକ ଅନୁଷ୍ଠାନର ସଦସ୍ଯ ମାନେ ଉପସ୍ଥିତ ଥିଲେ। ପରିଶେଷରେ କ୍ଳବ୍ ର କୋଷାଧ୍ୟକ୍ଷ ରୋଟାରିଆନ୍ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

Related posts