ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ସହରର ଥିବା ସମସ୍ତ କାର୍ଯ୍ୟାଳୟର ଗେଟ ଗୁଡ଼ିକୁ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଉଛି । ଆଉ କିଛି ଦିନ ପରେ ଏହା ନୂଆ ରୂପରେଖ ନେବ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କଠିନ ପରିଶ୍ରମ ଲାଗି ଏହି ସଵୁ କାର୍ଯ୍ୟ ସମ୍ଭବ ହୋଇପାରୁଛି । ବିଗତ ଦିନରେ ଥିବା ନୟାଗଡ଼ର ସହର ଓ ଆଜିର ସହର ଭିତରେ ଅନେକ ଫରକ ଦେଖିବାକୁ ମିଳିଛି । ଏଭଳି ବିକାଶ ଧାରାରେ ସାମିଲ ହୋଇଛି ନୟାଗଡ଼ ବ୍ଲକରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ।
ଅତ୍ୟାଧୁନିକ ନିର୍ମାଣ ଶୈଳୀରେ ଏହି ସମ୍ମିଳନୀ କକ୍ଷକୁ ନିର୍ମାଣ କରାଯାଇଛି ।ଏଥି ନିମନ୍ତେ ଦେଢ଼ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଉର୍ନ୍ନତ ସାଉଣ୍ଡ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ କକ୍ଷଟିକୁ ଶୀତତାପ ନିୟନ୍ତ୍ରିତର ବ୍ୟବସ୍ଥା କରାଯାଇଛି । ଆଜି ଏହି ଅତ୍ୟାଧୁନିକ ସମ୍ମିଳନୀ କକ୍ଷକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ।
ଏହି ଅବସରରେ ନୟାଗଡ଼ ବ୍ଲକରୁ ନିର୍ବାଚିତ ହୋଇଥିବା ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ଏକ ନିଆରା ପ୍ରୟାସ ବୋଲି ସାଧାରଣରେ ପ୍ରଶଂସା କରାଯାଇଛି । ନୟାଗଡ଼ ବିକାଶର ସ୍ମୃତି ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, ସୁବାଷ କଅଁର, କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ବିଡିଓ ପଦ୍ମଚରଣ ସାହୁ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତଥିଲେ ।