ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଥମ ସାହିତ୍ୟ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି ଗୋଦାବରୀଶ ମିଶ୍ର, ଗାଳ୍ପିକ ଡ. ଆଶୁତୋଷ ମିଶ୍ର ଯୋଗଦେଇଥିଲେ।

ନୟାଗଡ଼ ସହରରେ ଥିବା ସତରଟି ସାହିତ୍ୟ ଅନୁଷ୍ଠାନ ଏହି ସାରସ୍ଵତ ମିଳନର ଆବାହକ ଥିଲେ। ସାରସ୍ଵତ ସଭାରେ ବିରଷ୍ଠ ତଥା ଖ୍ୟାତିସମ୍ପନ୍ନ ଶିଶୁ ସାହିତ୍ୟିକା ବସିରନ ବିବି ଅଧ୍ୟକ୍ଷତା କରିଥିବା ବେଳେ କବି ଗୋପିନାଥ ସେଠୀ ସ୍ବାଗତ ଅଭିଭାଷଣ ରଖିଥିଲେ। କବି ତଥା ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ସଂଯୋଜନାରେ ସାରସ୍ଵତ ମିଳନ ପର୍ବ ସମାହିତ ହୋଇଥିବା ବେଳେ କବି ଅଶୋକ ମଲ୍ଲ ଓ କବୟିତ୍ରୀ ଜୟଶ୍ରୀ ଦେବୀ କବିତା ସଂଯୋଜନା କରିଥିଲେ। ପରମ୍ପରାର ସଂପାଦକ ଡ. ନିର୍ମଳ ଚନ୍ଦ୍ର ଶୁରଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ପାଖାପାଖି ଅଶିରୁ ଉର୍ଦ୍ଧ୍ବ କବିତା ପାଠ କରାଯାଇଥିଲା l

Related posts