ମହାଆଡ଼ମ୍ବରରେ ପାଳିତ ହେଲା ସିନ୍ଦୁରିଆ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ପର୍ବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ବାର୍ଷିକ ଉତ୍ସବ ତଥା ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବତ୍ସରିକ ଉତ୍ସଵରେ ମୁଖ୍ୟଅତିଥି ଭାବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର୍ ସାହୁ ଓ ସମ୍ମାନିତ ଅତିଥି ଭାବରେ ନୟାଗଡ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ,ସ୍ଥାନୀୟ ସରପଞ୍ଚ ପ୍ରମୋଦ ବେହେରା, ମୋ ସ୍କୁଲ୍ କମିଟି ସଭାପତି ଭଗବାନ ଜେନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଯୋଗଦେଇଥିଲେ।

ଶିକ୍ଷା ବିକାଶ ତଥା ମାନବିକ ଚେତନାର ଆଲୋକ ବୋଲି ମୁଖ୍ୟଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ଉଲ୍ଳେଖ କରିବା ସହିତ ବିଦ୍ୟାଳୟର ସୁରକ୍ଷା ସଭିଙ୍କ ଦାୟିତ୍ଵ ବୋଲି ବକ୍ତବ୍ୟରେ କହିଥିଲେ। ଆଜିର ଉତ୍ସଵରେ ପୂର୍ବରୁ ପାଠ ପଢାଇଥିବା ସମସ୍ତ ଗୁରୁଜୀ ଗୁରୁମାଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଏ ଅବସରରେ ଗୁରୁ ପୂଜନ ସହିତ ପୂର୍ବତନ ଓ ବର୍ତ୍ତମାନର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ମୋ ସ୍କୁଲ୍ କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ସମେତ ପୂର୍ବତନ ସଭାପତି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସମସ୍ତ ପୂର୍ବତନ ଗୁରୁଜୀ ଗୁରୁମା ଓ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଅତୀତର ସ୍ମୃତିକୁ ମନେପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ। ପରେ ପରେ ବାର୍ଷିକ କ୍ରୀଡ଼ା ଓ ବିଭିନ୍ନ ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥଲେ ତାଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ଓ ମିତାଞ୍ଜଳି ସାହୁ ପୁରସ୍କାର ବିତରଣ ପର୍ବରେ ସହଯୋଗ କରିଥଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଞ୍ଚ ସଂଯୋଜକ ଗୋପୀନାଥ ସେଠୀ, ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ଓ ନିଶାମଣି ମିଶ୍ର ପରିଚାଳନା କରିଥଲେ। ସଭା ପୂର୍ବରୁ ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ସବିତା ପଟ୍ଟନାୟକ, ରଶ୍ମି ରଞ୍ଜିତା ବେହେରା, ଜ୍ୟୋତିର୍ମୟୀ ରାଉତ, ମଗନୁମ୍ ଜାହାନ, ଲକ୍ଷ୍ମୀପ୍ରିୟା ନାୟକ ଓ ଛାତ୍ରୀମାନେ ଆଗନ୍ତୁକଙ୍କୁ ଫୁଲ ଚନ୍ଦନ ଓ ଦହିପଣା ଦେଇ ସ୍ଵାଗତ କରିଥଲେ। ଶାନ୍ତି ଶୃଙ୍ଖଳା କାର୍ଯ୍ୟରେ ସହକାରୀ ଶିକ୍ଷକ ତାଯୁଦ୍ଦିନ୍ ଖାଁ, କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ, ଓ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ସହଯୋଗ କରିଥଲେ।

ସହସ୍ରାଧିକ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇଥିବା ବେଳେ ବିଦ୍ୟାଳୟର ରୂପାନ୍ତରିଣ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥଲେ। ବନ୍ଧୁମିଳନ ପର୍ବ ଆୟୋଜନ ପଛରେ ପୁରାତନ ଛାତ୍ର ପ୍ରବୋଧ ପଟ୍ଟନାୟକ, ସନ୍ତୋଷ ସାହୁ, ଶେଖ୍ ମଜହର, ଅମଜlଦ ଖାଁ, ଫକୀର ପରିଡ଼ା, ନାରାୟଣ ସାହୁ, ପ୍ରତାପ ସାହୁ, ଲକ୍ଷ୍ମୀଧର ସାହୁ, ସେକ ନଇଁମ, ଏମ୍. ଡି. ବେଲାଲ, ଅବଦୁଲ୍ ଆହାଦ, ଅବଦୁଲ୍ ମାଜିଦ, ଅବଦୁଲ୍ ସାଜିଦ, ରଞ୍ଜନ ସାହୁ, ଶାହାଜାହାନ୍ ମଲିକ, ଏମ୍. ଡି. ଉମର୍ ମଲ୍ଲିକ, କୈଳାସ ଜେନା, ରସିଦା ଖାତୁନ,ଏମ୍. ଔରଙ୍ଗଜେଵ, ସରୋଜ ପଟ୍ଟନାୟକ ପ୍ରମୁଖଙ୍କ ସହଯୋଗ ପ୍ରଦାନ୍ କରିଥଲେ। ପରିଶେଷରେ ସହକାରୀ ଶିକ୍ଷକ ଏସ. ଏ. ଖାଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts