ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରୋକି ହେଉନି ଗୋରୁ ଚୋରା ଚାଲାଣ। ଦଲାଲଙ୍କ ଦ୍ୱାରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୋରୁ ଚାଲାଣ। ଆଜି ଦଶପଲ୍ଲା- ଗଣିଆ ରାଜ୍ୟ ରାଜପଥର ଯୋଗୀବନ୍ଧ ଛକ ନିକଟରେ ଭୋର୍ ୪ଟା ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଦଶପଲ୍ଲାରୁ ଗଣିଆ ଅଭିମୁଖେ ଯାଉଥିବା (ଓ ଡି ୦୫ ବିଜେ ଘ୦୮୩୦) ପିକଅପ୍ ରାସ୍ତା କଡ଼ରେ ଥିବା ସେତୁ ୱାଲରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଓ ବ୍ୟବସାୟୀ ଖସି ପଳାଇଛନ୍ତି।ପିକଅପ୍ ଭ୍ୟାନ ଭିତରେ ପ୍ରାୟ ୩୦ଟି ଗୋରୁ ଥିବାବେଳେ ସେଥିମଧ୍ୟରୁ ଘଟଣାସ୍ଥଳରେ ୪ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଟି ଗୋରୁ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି। ଯାହାକି ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଅନେକ ଗୋରୁ ପଳାଇ ଯାଇଛନ୍ତି। ସ୍ଥାନୀୟ କିଛି ଯୁବକ ଶବ୍ଦ ଶୁଣି ସମସ୍ତ ଗାଈମାନଙ୍କୁ ଉଦ୍ଧାର କରିବା ସହ ଦଶପଲ୍ଲା ଦମକଳ ବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଚିକିତ୍ସା ଚଳାଇଛି।
Related posts
-
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ... -
ନାଟ୍ୟପୁରୁଷ ତଥା ସାହିତ୍ୟ ସାଧକ ହରିହର ମିଶ୍ରଙ୍କୁ ସୃଜନୀ ପରିବାର ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଅବସରପ୍ରାପ୍ତ ଅଧ୍ୟକ୍ଷ,ଓଡିଆ ଭାଷା ସାହିତ୍ୟର ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସାରସ୍ୱତ ସାଧକ,ନାଟ୍ୟକାର,ଚଳଚ୍ଚିତ୍ର ନିର୍ଦ୍ଦେଶକ...