୨କୋଟିର ପ୍ରକଳ୍ପ ଉଦଘାଟିତ, ୨୫ ମହିଳାଙ୍କୁ ସ୍କୁଟି, ୪ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଦୁଇ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥି ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ସଦସ୍ୟାଙ୍କୁ ସ୍କୁଟି ବଣ୍ଟନ କରିଛନ୍ତି । ଏଥି ସହିତ ୪୬ ଲକ୍ଷ ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ୬୦ ଲକ୍ଷ ଟଙ୍କାରେ ବ୍ୟୟରେ ରାଜସ୍ୱ ନିରୀକ୍ଷକଙ୍କ କାର‌୍ୟ୍ୟାଳୟ, ୧୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ବିଶ୍ରାମ ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟରେ ଆମ ବ୍ୟାଙ୍କ ସେବା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ, ୫ ଲକ୍ଷ ଟଙ୍କା ବ୍ୟୟରେ ଦଣ୍ଡ ଆଖଡ଼ା ଗୃହ, ୮ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନୱାଡି ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟରେ ପାଣ୍ଡେରୀପାଟଣା କୋଠଘର, ୫ ଲକ୍ଷ ଟଙ୍କା ବ୍ୟୟରେ ପାଣ୍ଡେରୀପାଟଣା କମ୍ୟୁନିଟ୍ ସେଣ୍ଟର, ୫ ଲକ୍ଷ ଟଙ୍କା ବ୍ୟୟରେ ଦଣ୍ଡ କାମନା ଗୃହ, ୧୫ ଲକ୍ଷ ଟଙ୍କା ବ୍ୟୟରେ ବରକୋଳିପାଟଣା କୋଠଘର, ୮ ଲକ୍ଷ ଟଙ୍କା ବ୍ୟୟରେ ବରକୋଳିପାଟଣା ଅଙ୍ଗନୱାଡି ଗୃହ, ୮ ଲକ୍ଷ ଟଙ୍କା ବ୍ୟୟରେ ମର୍ଦ୍ଦରାଜପୁର କମ୍ୟୁନିଟ୍ ସେଣ୍ଟର ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି।

ବିରୁଡ଼ା ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ସାହୁ ବିରୁଡ଼ା ପଞ୍ଚାୟତ ରାଜ୍ୟର ଏକ ଅନ୍ୟତମ ଆଦର୍ଶ ପଞ୍ଚାୟତ ବୋଲି କହିଥିଲେ । ବିରୁଡ଼ା ବାସୀ ପ୍ରତ୍ୟେକ ପଦବୀ ପାଇଁ ମହିଳାଙ୍କୁ ନିର୍ବାଚିତ କରି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟ ସରକାର ଏହି ପଞ୍ଚାୟତକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଧବଳେଶ୍ୱର ମନ୍ଦିର ପାଇଁ ୫ଟି ରୂପାନ୍ତରିକରଣ ଯୋଜନାରେ ୬୦ ଲକ୍ଷ ଟଙ୍କା ମଞ୍ଚୁର ହୋଇଛି । ଏହା ଉକ୍ତ ପଞ୍ଚାୟତ ପାଇଁ ଏକ ଗର୍ବ ଓ ଗୈାରବର କଥା ବୋଲି ବିଧାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ଅଜିତ ପ୍ରସାଦ ସାହୁ, ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଗଙ୍ଗାଧର ପଣ୍ଡା, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତିସଭ୍ୟା ଶୁଭଲକ୍ଷ୍ମୀ ସାହୁ, ବିଡିଓ ପଦ୍ମଚରଣ ସାହୁ, ତହସିଲଦାର ରାଜେଶ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହିଥିଲେ ।

ଏଥିସହିତ ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ଶରଣକୁଳ, ବଡ଼ପଣ୍ଡୁସର, ଚଣ୍ଡିବସ୍ତ ପଞ୍ଚାୟତରେ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହା ସହିତ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଭିତ୍ତିଭୂମୀ ବିକାଶ, ଜଗନ୍ନାଥ ସଂସ୍କୃତିକୁ ଉଜ୍ଜିବିତ କରିବା ପାଇଁ କରାଯାଉଥିବା ପ୍ରୟାସ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ପଦ୍ମଚରଣ ସାହୁ ପ୍ରମୂଖ ଉପସ୍ଥିତ ରହିଛନ୍ତି । ଶରଣକୁଳ ପଞ୍ଚାୟତରେ ସରପଞ୍ଚ ପୁଷ୍ପାଞ୍ଜଳୀ ରାଉତରାୟ, ଚଣ୍ଡିବସ୍ତ ସରପଞ୍ଚରବୀନ୍ଦ୍ର କୁମାର ସାହୁ, ବଡ଼ପଣ୍ଡୁସର ସରପଞ୍ଚ ବନିତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts