ଓଡଗାଁରେ ଅତ୍ୟାଧୁନିକ ସ୍ବାସ୍ଥ୍ୟକର ମାଛ ବଜାର ଉଦଘାଟିତ ହେବାସହ ଗୋଠବଣ- ପଞ୍ଚିରିଡା କେନାଲ ରାସ୍ତାର ଶିଳାନ୍ୟାସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ସହରରେ ଗୋଟିଏ ଛାତ ତଳେ ସବୁ ଆମିଷଜାତ ଦ୍ରବ୍ୟ ଉପଲବ୍ଧ କରାଇବା ସହ ପ୍ରଦୂଷଣ ରୋକିବା ନିମନ୍ତେ ପରିବା ମାର୍କେଟ ପଛ ପାର୍ଶ୍ବରେ ନୂତନ ଅତ୍ୟାଧୁନିକ ସ୍ବାସ୍ଥ୍ୟକର ମାଛ ବଜାର ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ୭୫ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଏହି ବଜାର ନୂତନ କୋଠା ଘର ନିର୍ମାଣ ହେବା ସହ, ପାନୀୟ ଜଳର ସୁବନ୍ଦୋବସ୍ତୁ, ଦୋକାନୀମାନଙ୍କୁ ସ୍ଥାୟୀ ଘର ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଯାହା ଦ୍ବାରା ଓଡ଼ଗାଁ ଏନଏସିରେ ମାଇକ୍ରୋ କମ୍ପୋଟିଂକେନ୍ଦ୍ର ଥିବାରୁ ମାଛରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ଓଡ଼ଗାଁ ଭଳି ଆଧ୍ୟାତ୍ମିକ ସହରରେ ଏଣେତେଣେ ଆମିଷ ଦ୍ରବ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେବା ଭଳି ବ୍ୟବସ୍ଥାକୁ ଓଡ଼ଗାଁବାସୀ ବେଶ ପ୍ରସଂଶା କରିବା ସହ ନୟାଗଡ଼ ବିଧାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଖୁବଶ୍ରୀଘ୍ର ସମସ୍ତ ବ୍ୟବସାୟୀଙ୍କୁ ସ୍ଥାୟୀ ଦୋକାନ ଆବଣ୍ଟନ କରାଯିବ ବୋଲି ଜଣାପଡିଛି।


ଠିକ ସେହିପରି ବୁଢାବୁଢ଼ୀଆଣି ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଗୋଠବଣ-ପଞ୍ଚିରିଡା ୬ କି.ମି ବିଶିଷ୍ଟ ରାସ୍ତାର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ୫୨ ଲକ୍ଷ ଅର୍ଥ ରାଶି ମଞ୍ଜୁର କରିଛନ୍ତି। ନୟାଗଡ଼ ବିଧାୟକ ଡ଼ଃ. ସାହୁଙ୍କ ଦ୍ବାରା ଏହାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ରାସ୍ତା ନିର୍ମାଣ ହେବା ଦ୍ବାରା ଗୋଠବଣ ସମେତ ଚମ୍ପାପାଣ୍ଡେରୀ, ଆରଡ଼ା, ବନ୍ଧସାହି, ପଞ୍ଚରିଡା ମାନପୁର ଗାଁ କୁ ପରିବହନ- ଯୋଗାଯୋଗ ବ୍ୟବସ୍ଥା ମଜବୁତ ହେବ।ସୁଚନାଯୋଗ୍ୟ ଉକ୍ତ ରାସ୍ତାଟି ଗୋଠବଣ ଗାଁ ଦେଇ ଚମ୍ପାପାଣ୍ଡେରୀ, ନନ୍ଦିଘର, ଗୌଡ଼ପୁଟ ଓ ବାଣ୍ଠପୁର ପଞ୍ଚାୟତକୁ ସଂଯୋଗ କରୁଥିବାରୁ ଏହି ରାସ୍ତାରେ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ ହେଉଥିଲା।ଦୀର୍ଘ ଦିନ ଧରି ରାସ୍ତାଟି ମରାମତି ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ବିଧାୟକଙ୍କ ଆନ୍ତରିକ ଉଦ୍ୟମବଳରେ ଏହି ଅର୍ଥରାଶି ମଞ୍ଜୁର ହୋଇଥିବା ବେଳେ ଖୁବଶ୍ରୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ବୋଲି ଜଣାପଡିଛି।

Related posts