ନୟାଗଡ଼,(ନୟାଗଡ଼ ଦର୍ପଣ): ସିକିମ୍ ସ୍ୱତ୍ୱଧାରୀଙ୍କୁ ଆଭାସୀ ଯୋଗେ ସ୍ଥିତିବାନ ପଟ୍ଟା ବଣ୍ଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଓସ୍ବାନ ହଲରେ ଆୟୋଜିତ ପଟ୍ଟା ବଣ୍ଟନ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବଳ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଅନୁମତି କ୍ରମେ ସିକିମ୍ ସ୍ୱତ୍ୱଧାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଭୂ-ସଂସ୍କାର ଆଇନ ୧୯୬୦ରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ । ଫଳ ସ୍ୱରୂପ ରାଜ୍ୟ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ଯୋଗୁଁ ଆଜି ରାଜ୍ୟର ୨.୫୪ ଲକ୍ଷ ସିକିମ୍ ସ୍ୱତ୍ୱଧାରୀ ଉପକୃତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ୧୩ଜଣ ସିକିମ୍ ସ୍ୱତ୍ୱଧିକାରୀଙ୍କୁ ଆଜି ପଟା ପ୍ରଦାନ କରାଯାଇଥିଲା। ସିକିମ ସ୍ୱତ୍ୱଧିକାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ କରାଯିବା ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଏହି ଚାଷୀମାନେ ସରକାରୀ ସୁବିଧା ସୁଯୋଗ ପାଇବା ସହ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପାଇବେ । ରାଜ୍ୟ ସରକାରଙ୍କର ଏହି ଲୋକାଭିମୁଖୀ ପଦକ୍ଷେପକୁ ସବୁ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାର ସିକିମ ସ୍ୱତ୍ୱଧିକାରୀମାନେ ହୃଦୟର ସହ ଏହାକୁ ସ୍ୱାଗତ କରିଛନ୍ତି । ଏହି ପଟ୍ଟା ବଣ୍ଟନ ସମାରୋହରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ କର୍ଣଦେବ ସମାଦର, ଜିଲ୍ଲାର ସମସ୍ତ ତହସିଲଦାର, ପଟ୍ଟା ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...