ନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ସହାୟତା ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ଼ରେ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବଜାର ଦରକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟୀମାନେ ଆର୍ଥିକ ବୋଝରୁ ମୁକୁଳିବା ପାଇଁ ନୂତନ ଭାବେ ସରକାରଙ୍କ ତରଫରୁ ଦିଆଯାଇଥିବା ଟ.୧୦୦୦/-ର ସହାୟତା ରାଶି ପ୍ରଦାନ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଲେ ଯେ, ନବୀନ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଯୋଜନା ମଧ୍ୟରେ ଖାଦ୍ୟ ସୁରକ୍ଷା ଅତି ଉତ୍ତମ ଯୋଜନା। ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି ବର୍ଷକୁ ଦୁଇଥର ହୋଇଥାଏ । ସାଧାରଣ ଗରୀବର ମହଙ୍ଗା ବୃଦ୍ଧି ବିଷୟରେ ସରକାର ସଚେତନ ହୋଇ ସେମାନଙ୍କୁ ୧୦୦୦ଟଙ୍କା ପ୍ରଦାନ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Related posts