ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ୟୁନିଟେକ ପବ୍ଲିକ ସ୍କୁଲରେ ଆଜି ଶୈକ୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଇଁରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ ହିନ୍ଦୀ ସବୁ ବିଷୟରେରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ମୋଟ ୧୫୯ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟାଗଡରେ ପ୍ରଥମ ଥର ପାଇଁ ଏହିଭଳି ପ୍ରଦର୍ଶନୀ ହେଇଅଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରଦୀପ ପ୍ରଜ୍ବଳନ କରି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବିଚାରକ ମଣ୍ଡଳୀରେ ବିଜ୍ଞାନ ପ୍ରକଳ୍ପ ସବୁକୁ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ଼ା. ସନ୍ତୋଷ କୁମାର ବେହେରା, ପୂର୍ଣ୍ଣିମା ତ୍ରିପାଠୀ, ଲଷ୍ମୀଧର ସାହୁ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ କେଶବଚନ୍ଦ୍ର…
Read MoreTag: #NayagarhDarpan
ବଞ୍ଚିବାର ରାହା- ଜଙ୍ଗଲ ହିଁ ସାହା, ପରିବେଶ ଓ ବନପ୍ରେମୀ ରାଜ କୁମାର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ ,ଗ୍ରାମ୍ୟ ଜଙ୍ଗଲ ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା…
Read Moreଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ “ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ନିର୍ବାଚନରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପର୍ଯ୍ୟବେକ୍ଷକ ହାଡିବନ୍ଧୁ ମହାକୁଡ଼ ଏବଂ ନିର୍ବାଚନ ଅଧିକାରୀ ଭାବେ ଗୋକୁଳ କୁମାର ଷଡ଼ଙ୍ଗୀ ଯୋଗଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଭୁଦତ୍ତ ପ୍ରଧାନ ଓ ଉର୍ମିଳା ବାଳା ମିଶ୍ର…
Read Moreସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ…
Read Moreନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ। ନାଟ୍ୟଧାରା ପକ୍ଷରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭମ ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନୟାଗଡ଼ର ଚମତ୍କାର ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ବିଦ୍ୟାକନକ ସୃଜାନୁଷ୍ଠାନ ଏବଂ ପଞ୍ଚାଧ୍ୱନି, ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ସମ୍ବଲପୁରର ଅଦୃଶ୍ୟ ନାଟ୍ୟାଶ୍ରମ, ରାଉରକେଲାର ସ୍ବସ୍ତି ଝଙ୍କାର ଏବଂ ଭୁବନେଶ୍ୱରର ମ୍ୟାଜିକ ଥିଏଟର ପ୍ରମୁଖ…
Read More୧୨ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତଥା ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପନକୁ ଗୁରୁତ୍ୱ ଦେଉଛନ୍ତି । ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍ରେ ଆଜି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସାମିଲ ହୋଇଛନ୍ତି । ଆଜି ଅପରାହ୍ନରୁ ରାତି ମଧ୍ୟରେ ନୟାଗଡ଼ ବ୍ଲକ ୧୨ଟି ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ପ୍ରଚାର ସଭା କରାଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା, ଇକିରି, ରାଜପାଟଣା, କାଳିକାପ୍ରସାଦ ଗାଁରେ ସଭା ଅନୁଷ୍ଠିତ ହୋଇଛି । ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାରେ ଶହ ଶହ ସଂଖ୍ୟାରେ…
Read Moreବିରୁଡ଼ା ପଞ୍ଚାୟତରେ ସକାଳୁ ସକାଳୁ ଅରୁଣଙ୍କ ନିର୍ବାଚନୀ ପ୍ରଚାର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି। ଆଜି ସକାଳୁ ସକାଳୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମ ସୁଳିଆପଦା ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା ନିବେଦନ କରିଛନ୍ତି । ଏଥି ସହିତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଦେଇଛନ୍ତି । ବାଘେରା ଗ୍ରାମ ଠାରୁ ଚାଲି ଚାଲି ବରକୋଳିପାଟଣା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ଅରୁଣଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ଆନୁକୂଲ୍ୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କଳା କୌଶଳ ଉପରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟ ସାଧିକା ତଥା ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲେଖିକା ବସିରନ୍ ବିବି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମର ମଲ୍ଲିକ ଯୋଗଦେଇଥିଲେ l ସାହିତ୍ୟ ସୃଜନୀ କ୍ଲବ୍ ରେ କବିତା ଦାସ, କୌଶଳି କ୍ଲବ୍ ରେ ସ୍ବିଟି ଲେଙ୍କା, ଜିଜ୍ଞାସା କ୍ଲବ୍ ରେ ସୁମନ କୁମାର ସାହୁ ଓ କ୍ରୀଡ଼ାଙ୍ଗନା କ୍ଲବ୍ ରେ ଶିବୁ ଦଳେଇ ଓ ବ୍ୟକ୍ତିଗତ ପ୍ରଦର୍ଶନରେ ସାହିତ୍ୟ ସୃଜନୀର ବିଜେତା କବିତା…
Read Moreଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଥିବା ଲିଜଧାରୀଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ପାଇଁ କୋର୍ଟର ନିର୍ଦ୍ଦେଶ
ମୟୁରଝାଲିଆ ଖଣି ଉପରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT)ର ଚୁଡ଼ାନ୍ତ ରାୟ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୁରଝାଲିଆ ମୌଜାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କୀତ କେସ ବାବଦରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ, କୋଲକାତା (NGT, Kolkata)ଙ୍କର ଚୁଡ଼ାନ୍ତ ରାୟ ତା.୧୮.୦୪.୨୦୨୩ରିଖ ଦିନ ପ୍ରକାଶ ପାଇଛି । ତା.୦୬.୧୨.୨୦୨୨ରିଖରେ ଜିଲ୍ଲାପାଳ ଦାଖଲ କରିଥିବା ଜବାବି ସତ୍ୟପାଠକୁ କୋର୍ଟ ଗ୍ରହଣ କରି ସେହି ପ୍ରକାରେ ଲିଜଧାରୀ, ଅନ୍ୟଜଣେ ବ୍ୟକ୍ତି ଏବଂ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବା ସହ କ୍ଷତି ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲିଜଧାରୀ ଜିଲ୍ଲାପାଳଙ୍କ ନାମରେ ଆଣିଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନାହାଁନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ମୟୁରଝାଲିଆ ମୌଜାର ୧୬୮୯ ପ୍ଲଟରୁ ଏ.୪.୦୦ ମାଙ୍କଡ଼ା ପଥର…
Read More