ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ଆନୁକୂଲ୍ୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କଳା କୌଶଳ ଉପରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟ ସାଧିକା ତଥା ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲେଖିକା ବସିରନ୍ ବିବି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମର ମଲ୍ଲିକ ଯୋଗଦେଇଥିଲେ l ସାହିତ୍ୟ ସୃଜନୀ କ୍ଲବ୍ ରେ କବିତା ଦାସ, କୌଶଳି କ୍ଲବ୍ ରେ ସ୍ବିଟି ଲେଙ୍କା, ଜିଜ୍ଞାସା କ୍ଲବ୍ ରେ ସୁମନ କୁମାର ସାହୁ ଓ କ୍ରୀଡ଼ାଙ୍ଗନା କ୍ଲବ୍ ରେ ଶିବୁ ଦଳେଇ ଓ ବ୍ୟକ୍ତିଗତ ପ୍ରଦର୍ଶନରେ ସାହିତ୍ୟ ସୃଜନୀର ବିଜେତା କବିତା ଦାସ ପୁନଃ କୃତିତ୍ୱ ହାସଲ କରିଥିଲେ l ଏହି ପ୍ରମୁଖ କ୍ଲବ୍ ଗୁଡ଼ିକର ଗାଇଡ ଶିକ୍ଷୟିତ୍ରୀ ଭାବରେ ଯଥା କ୍ରମେ ଲକ୍ଷ୍ମୀପ୍ରିୟା ନାୟକ, ଜ୍ୟୋତିର୍ମୟୀ ରାଉତ, ମିତାଞ୍ଜଳୀ ସାହୁ ଓ ସ୍ଵପ୍ନା ରାଣୀ ନନ୍ଦ କାର୍ଯ୍ୟଭାର ତୁଲାଇଥିଲେ l ବିଦ୍ୟାଳୟର ଅନ୍ୟ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଉଭୟ ଶ୍ରେଣୀରେ ପାଠ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଯୋଗ ଦେଇଥିବା ବେଳେ ମୋ ସ୍କୁଲ୍ ଆଲୁମିନି କମିଟି ସଦସ୍ୟ ସନ୍ତୋଷ ସାହୁ, ଫକିର ପରିଡ଼ା, ନାରାୟଣ ସାହୁ, ଉମର୍ ମଲ୍ଲିକ, ଶେଖ୍ ମଜହର୍, ସରୋଜ ପଟ୍ଟନାୟକ ଓ ଶେଖ୍ ଅବଦୁଲ୍ ରହିମ ପ୍ରମୁଖ ଯୋଗଦେଇଥିବା ବେଳେ ଅସୁସ୍ଥତା ବଶତଃ ଆଲୁମିନି ସଭାପତି ଭଗବାନ୍ ଜେନା ଯୋଗଦେଇ ପାରିନଥିଲେ l ସଭା ଶେଷରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ସହିତ ଅଲୁମିନି କମିଟି ସଦସ୍ୟ ମାନଙ୍କୁ ମୁଖ୍ୟଅତିଥି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଆଜିର ସୃଜନୀ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଝୁମୂରୀ ସାହୁ ସଭାପତିତ୍ବ କରିଥିବା ବେଳେ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ l ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l

Related posts