ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତଥା ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପନକୁ ଗୁରୁତ୍ୱ ଦେଉଛନ୍ତି । ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍ରେ ଆଜି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସାମିଲ ହୋଇଛନ୍ତି । ଆଜି ଅପରାହ୍ନରୁ ରାତି ମଧ୍ୟରେ ନୟାଗଡ଼ ବ୍ଲକ ୧୨ଟି ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ପ୍ରଚାର ସଭା କରାଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା, ଇକିରି, ରାଜପାଟଣା, କାଳିକାପ୍ରସାଦ ଗାଁରେ ସଭା ଅନୁଷ୍ଠିତ ହୋଇଛି ।
ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାରେ ଶହ ଶହ ସଂଖ୍ୟାରେ ମହିଳା ସାମିଲ ହୋଇଥିବା ବେଳେ ଯୁବ, ଛାତ୍ର ଓ ବରିଷ୍ଠଙ୍କ ଉପସ୍ଥିତି ବିଜୁ ଜନତା ଦଳର ଗାରିମାକୁ ବୃଦ୍ଧି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖ ବାର୍ତ୍ତାଙ୍କୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିବା ବେଳେ ୬ଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରି ରେକର୍ଡ଼ କରିବାକୁ ଉଭୟ ପାର୍ଥୀ ଆହ୍ୱାନ ଦେଉଛନ୍ତି । ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସାରା ଦେଶରେ ଆଗୁଆ ହୋଇ ପାରିଛି । ୫ଟି ନବୀନ ଗ୍ୟାରେଣ୍ଟି ନେଇ ଦଳ ଓଡ଼ିଶାର ବିକାଶ କରିବାକୁ ଚାହୁଁଥିବା ବେଳେ ବିରୋଧି ବକବାସ କରିବାକୁ ଗୁରୁତ୍ୱ ଦେଉଛନ୍ତି । ଏହି ନିର୍ବାଚନ ପ୍ରଚାର ସଭାରେ ଜିଲ୍ଲା ଉପସଭାପତି ପଦ୍ମଚରଣ ଉଦୟଭାନୁଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।