ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନଙ୍କ ଆହ୍ବାନକ୍ରମେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ ଆଜି ୧୫ଜୁଲାଇ “ଓଡିଶା ବନ୍ଦ” କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଛି। ଏହିକ୍ରମରେ ଆଜି ସମଗ୍ର ରଣପୁରରେ ସରକାରୀ ଅଫିସ, ରାସ୍ତା ଘାଟ ଏବଂ ଦୋକାନ ବଜାର ଗୁଡିକ ସମ୍ପୂର୍ଣ ବନ୍ଦ ଥିଲା। ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବା ଓଡିଶା ବନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସରକାରୀ ଅଫିସି ଗୁଡିକ ସମ୍ମୁଖରେ ଆନ୍ଦୋଳନ କାରୀ ମାନେ ପିକେଟିଂଙ୍ଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ଉପରେ ବସି ରହିଥିଲେ। ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read MoreCategory: ରଣପୁର ବ୍ଲକ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇଙ୍କ ଦେହାନ୍ତରେ ଜିଲ୍ଲାପାଳଙ୍କ ଶୋକ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଈଶ୍ୱର ବିଶୋଇଙ୍କ ଦେହାନ୍ତ ଘଟିଛି । ସେ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ତା. ୧୧.୧୧.୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୩ ମସିହାରେ ଆଜାଦହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ । ୧୯୪୫ ମସିହା ମେ ୬ତାରିଖ ଦିନ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ୍ ଜେଲରେ ରଖିଥିଲେ ଏବଂ ପରେ ପରେ ରେଙ୍ଗୁନ୍ ସେଂଟ୍ରାଲ ଜେଲରେ ୧୧ମାସ ବନ୍ଦୀ ରହି ୧୯୪୬ ମସିହା ଏପ୍ରିଲ ୨୭ତାରିଖରେ ମୁକ୍ତିଲାଭ କରିଥିଲେ । ୧୯୧୫ ଓ ୨୦୧୮ ମସିହାରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରାନ୍ତି ଦିବସ ଅବସରରେ ଶ୍ରୀ ବିଶୋଇଙ୍କୁ ରାଷ୍ଟ୍ରପତି ପଦତ୍ତ ମାନପତ୍ର ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । ତାଙ୍କ…
Read Moreବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ସାହୁଙ୍କ ଦେହାନ୍ତ
ବରିଷ୍ଠ ଉପଦେଷ୍ଟାଙ୍କୁ ହରାଇଲା ରାଜସୁନାଖଳା ମହୋତ୍ସଵ କମିଟି ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଯାହାଙ୍କର ମୁହଁରେ ରହିଥିଲା ରକ୍ତମାଟି ରାଜରଣପୁରର ରକ୍ତିମ ଇତିହାସ। ଅନର୍ଗଳ କହି ପାରୁଥିଲେ ମାଆ, ମାଟି, ରାଜସୁନାଖଳାର ଭୂତ, ଭବିଷ୍ୟ ଆଉ ବର୍ତ୍ତମାନ । ଯିଏ ତନ୍ନତନ୍ନ କରି ପଢ଼ିଥିଲେ ରଣପୁର ଗେଜେଟକୁ।ଆତ୍ମୀୟତାର ନିରୁତା ବନ୍ଧନରେ ବାନ୍ଧି ରଖିଥିଲେ କୋମଳମତି ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ। ବୟସର ଅପରାହ୍ନରେ ବି ତାଙ୍କଠି ବାରିହେଇ ପଡୁଥିଲା ଯୁବସୁଲଭ ଗୁଣାବଳୀ। ରାଜସୁନାଖଳା ମହୋତ୍ସବ କମିଟି, ରାଜସୁନାଖଳାର ବରିଷ୍ଠ ମାର୍ଗଦର୍ଶକ ଭାବେ ଯୋଗଦେଇ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ଆଣିବାରେ ସହାୟ ହୋଇଥିଲେ। ତେବେ ଏଭଳି ଜଣେ ମାନଵବାଦୀ ମଣିଷଙ୍କୁ ହରାଇ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋପୀନାଥପୁର ସାହିର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଭାଷା ସାହିତ୍ୟକୁ ମନଭରି…
Read Moreକେନ୍ଦ୍ରସରକାରଙ୍କ ଦରବୃଦ୍ଧିକାରୀ ନୀତି ବିରୋଧରେ ତାତିଲେ ବିଭିନ୍ନ ବାମପନ୍ଥୀ ଦଳ
ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ମହାମାରୀ କରୋନା ସମୟରେ ପେଟ୍ରୋଲିୟମ ଜାତ ପଦାର୍ଥ ଯଥାକ୍ରମେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଆଖିବୁଜା ଦରବୃଦ୍ଧି ପ୍ରତିବାଦରେ ଆଜି ରଣପୁର ସିପିଆଇ(ଏମ) ସମେତ ଚାରୋଟି ବାମପନ୍ଥୀ ଦଳ କେନ୍ଦ୍ର ସରକାରଙ୍କ ଏହି ଖାଉଟି ମାରଣ ନୀତି ପ୍ରତିବାଦରେ ପ୍ରବଳ ବର୍ଷିଛନ୍ତି। ଏହି କ୍ରମରେ କେନ୍ଦ୍ରୀୟ ଦଳ ର ନିଷ୍ପତ୍ତି କ୍ରମେ ରଣପୁର ବ୍ଲକର ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଆଗାମୀ ଜୁଲାଇ ୧୫ରେ ହେବାକୁ ଥିବା ଓଡିଶା ବନ୍ଦ ଡାକରା ପାଇଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାମପନ୍ଥୀ ନେତା ସୁରେଶ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ଏହି ଶୋଭାଯାତ୍ରାକୁ ଦଳୀୟ ପତାକା ଦେଖାଇ ଉଦଘାଟନ କରିଥିଲେ।ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ୫୭ନଂ ଜାତୀୟ ରାଜପଥ ସଂଲଗ୍ନ ବିନୋଦ ପଡ଼ାଠାରେ…
Read Moreଦୀର୍ଘ ୭୨୦ ବର୍ଷର ପରମ୍ପରାରେ କରୋନା ଲଗାଇଲା ରୋକ
ରଥଖଳା କୁ ଆସିଲେନି ବିଶ୍ଵକର୍ମା ମହାପ୍ରଭୁ ଚଢ଼ିଲେନି ନନ୍ଦିଘୋଷ ରଣପୁର,(ନୟାଗଡ଼ ଦର୍ପଣ):- ବିଗତ ବର୍ଷ ରଥ,ପଥ, ଜଗନ୍ନାଥ ସମସ୍ତେ ପ୍ରସ୍ତୁତ ଥିଲେ ଘୋଷଯାତ୍ରା ପାଇଁ। ମାତ୍ର ଅନ୍ତିମ ମୁହୂର୍ତ୍ତରେ କରୋନା କଟକଣା ଲଗାଇଲା ରୋକ। ପୁରୀ ବ୍ୟତୀତ ରଣପୁରରେ ଗଡିବନି ରଥ। ବହୁ ବାଦ ବିସମ୍ବାଦ ଆନ୍ଦୋଳନ ଧର୍ମଘଟ ପରେ ମଧ୍ୟ ମିଳିଲାନି ଅନୁମତି। ନିରାଶ ହୋଇଥିଲେ ସମଗ୍ର ନୟାଗଡ଼ ଜିଲ୍ଲା ସମେତ ରଣପୁର ବ୍ଲକର ଲକ୍ଷ ଲକ୍ଷ ଭକ୍ତ। ତେବେ କରୋନାର ଦ୍ଵିତୀୟ ଲହର ପାଇଁ ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ଆଗରୁ ଲାଗିଗଲା କୋଭିଡ କଟକଣା। ଯେଉଁଥିପାଇଁ ନାଁ ଆସିଲେ ରଥଖଳାକୁ ବିଶ୍ୱକର୍ମା ନାଁ ହେଲା ରଥ ଅନୁକୂଳ । କେବଳ ସୀମିତ ସେବକଙ୍କୁ ନେଇ ଯଥାତଥା ବିଧିର ପାଳନ କରାଗଲା। ପୁରୀ ଯାଇପାରୁନଥିବା ଭକ୍ତଙ୍କ ପାଇଁ ରଣପୁରର ରଥଯାତ୍ରା ଥିଲା ଶ୍ରୀକ୍ଷେତ୍ରର ରଥଯାତ୍ରା।…
Read Moreପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read Moreତିନି ଇଞ୍ଚର ତିନି ରଥ, ଦିଆସିଲ କାଠିରେ ଝଲସିଲେ ଦାରୁଦେଵତା
ନିଆରା କୀର୍ତ୍ତିମାନ ରଚିଲେ କୁନି ଭକ୍ତ ଶୁଭ୍ରାଂଶୁ ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ। ସମଗ୍ର ବିଶ୍ୱରେ ଆଜି ଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା, ସମୀକ୍ଷା ଏବଂ ପ୍ରଚାର ପ୍ରସାର ଲାଗିରହିଛି। ସେଇ ଲୀଳାମୟଙ୍କ ବିଚିତ୍ର ଲୀଳାଭୂମିରେ କେତେବେଳେ ସେ ଅବ୍ୟକ୍ତ ମଧ୍ୟରେ ବ୍ୟକ୍ତ ତ ପୁଣି କେବେ ଆକାର ମଧ୍ୟରେ ଅଣାକାର ବ୍ରହ୍ମ।ପୁରୁଷ ମଧ୍ୟରେ ଶ୍ରୀପୁରୁଷୋତ୍ତମ ସେ। ଆବେଗମୟ ପୂର୍ଣ୍ଣବ୍ରହ୍ମ ଲୀଳାମୟ ଠାକୁର ଭାବରେ ଭକ୍ତର ଭାବାବେଗ ସହ ବାନ୍ଧିହୋଇ ରଚନା କରି ଚାଲିଛନ୍ତି ଭାବମୟ ଲୀଳା। ଯେଉଁ ଲୀଳାମୟଙ୍କ ଅନନ୍ୟ ଲୀଳାକୁ ଆର୍ଯ୍ୟ ମୁନୀ ଋଷି ଗଣ ବୁଝି ପାରିନାହାଁନ୍ତି ସେଇ ଲୀଳାକୁ କିଶୋର ବୟସରେ ବୁଝି ପାରିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର କୁନିଭକ୍ତ ଶୁଭ୍ରାଂଶୁ ନାୟକ। ଆଦ୍ୟ ଯୌବନର ପ୍ରଥମ ପାହାଚରେ ରହିଥିବା ସବୁ…
Read Moreବେଫିକର ଠିକାସଂସ୍ଥା, ନିମ୍ନମାନର ରାସ୍ତା କାମକୁ ନେଇ ତେଜିଲା ଜନ ଅସନ୍ତୋଷ
ରାଜସୁନାଖଳା, (ନୟାଗଡ଼ ଦର୍ପଣ):- ବିଗତ ଦିନରେ ଅତି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ, ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ଏବଂ ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ଠିକା ସଂସ୍ଥାର ବେଫିକର ମନୋଭାବକୁ ନେଇ ତେଜିଲା ଜନ ଅସନ୍ତୋଷ। ଏ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଠିକାସଂସ୍ଥା ପ୍ରତି ପ୍ରଶାସନର ନୀରବତାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ। ପ୍ରକାଶ ଥାଉକି, ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଜାତୀୟ ରାଜପଥ ନିର୍ମାଣ ପ୍ରାଧିକରଣ ବିଭାଗ ତରଫରୁ ଠିକାସଂସ୍ଥା ଏ.ଆର.ଏସ.ଏସ. ଦ୍ୱାରା ଚାଲୁଅଛି। ମାତ୍ର ସମୟ ଅବଧି ଶେଷ ହୋଇସାରିଥିବା ପରେ ବି ଦୀର୍ଘଦିନ ଧରି ରାଜସୁନାଖଳା ଗଣେଶ ବଜାର ଠାରୁ ହଡ଼ାନଈ ପର୍ଯ୍ୟନ୍ତ ମାତ୍ର ଦେଢ଼ କିଲୋମିଟର ରାସ୍ତାନିର୍ମାଣ କାର୍ଯ୍ୟକୁ ଦେଢ଼…
Read Moreରଣପୁରରେ ଓଡ଼ିଶା ଗୋତିମୁକ୍ତି ଅଭିଯାନର ସାଧାରଣ ଅଧିବେଶନ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ):- ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ଆଜି ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରଘୁ ଦିବାକର ଭବନ ରଣପୁର ପରିସରରେ ଆୟୋଜିତ ଏହି ବୈଠକରେ ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଗୋତିମୁକ୍ତି ଅଭିଯାନର ରାଜ୍ୟ ସଭାପତି ସୁରେଶ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଜାତି ଦୃଷ୍ଟିରୁ ପୁରୁଷାନୁକ୍ରମେ ଵର୍ତନ ପ୍ରତି ବଦଳରେ ଉଚ୍ଚ ଜାତିର ସେବା କରି ଆସୁଥିବା ରଜକ ଏବଂ ବାରିକ ଜାତିର ଗୋତି ଶ୍ରମିକମାନଙ୍କୁ ଗୋତି ଶ୍ରମିକ ଉଚ୍ଛେଦ ଆଇନ- ୧୯୭୬ ବଳରେ ଥଇଥାନ କରିବା ସହ ସମସ୍ତଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ…
Read Moreଆଦର୍ଶ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ରଣପୁର ବ୍ଲକ କ୍ରୀଡ଼ା ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏ ନେଇ ଆୟୋଜିତ ସଭାରେ କୁଳାସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ କୁମାର ବାହିନୀପତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅବସର ପ୍ରାପ୍ତ ବିଇଓ ଉପେନ୍ଦ୍ରନାଥ ସାହୁ, ମୁଖ୍ୟବକ୍ତା ଭାବେ କୁଳାସର ହାଇସ୍କୁଲର ପ୍ରାକ୍ତନ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଦେଉଳି ଆଞ୍ଚଳିକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନଳିନୀକାନ୍ତ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ଅବସରଗ୍ରହଣ କରିଥିବା କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ର ଜଣେ ଆଦର୍ଶ ଶିକ୍ଷକ ଏବଂ ଛାତ୍ରପ୍ରେମୀ ଭାବେ ଅନେକ…
Read More