ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ମହାମାରୀ କରୋନା ସମୟରେ ପେଟ୍ରୋଲିୟମ ଜାତ ପଦାର୍ଥ ଯଥାକ୍ରମେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଆଖିବୁଜା ଦରବୃଦ୍ଧି ପ୍ରତିବାଦରେ ଆଜି ରଣପୁର ସିପିଆଇ(ଏମ) ସମେତ ଚାରୋଟି ବାମପନ୍ଥୀ ଦଳ କେନ୍ଦ୍ର ସରକାରଙ୍କ ଏହି ଖାଉଟି ମାରଣ ନୀତି ପ୍ରତିବାଦରେ ପ୍ରବଳ ବର୍ଷିଛନ୍ତି। ଏହି କ୍ରମରେ କେନ୍ଦ୍ରୀୟ ଦଳ ର ନିଷ୍ପତ୍ତି କ୍ରମେ ରଣପୁର ବ୍ଲକର ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଆଗାମୀ ଜୁଲାଇ ୧୫ରେ ହେବାକୁ ଥିବା ଓଡିଶା ବନ୍ଦ ଡାକରା ପାଇଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାମପନ୍ଥୀ ନେତା ସୁରେଶ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ଏହି ଶୋଭାଯାତ୍ରାକୁ ଦଳୀୟ ପତାକା ଦେଖାଇ ଉଦଘାଟନ କରିଥିଲେ।ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ୫୭ନଂ ଜାତୀୟ ରାଜପଥ ସଂଲଗ୍ନ ବିନୋଦ ପଡ଼ାଠାରେ ଉଦଯାପିତ ହୋଇଥିଲା। ତେବେ ବାଇକ ଶୋଭାଯାତ୍ରା ସହ ବ୍ଲକର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସ୍ୱଭାମାନ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବାମପନ୍ଥୀ ନେତା ସୁରେଶ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଯୋଗଦାନ କରିଥିବା ବାମପନ୍ଥୀ ନେତାମାନେ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତିକୁ ଘୋର ନିନ୍ଦା କରିଥିଲେ।

ଦିନକୁ ଦିନ ବଢି ଚାଲିଥିବା ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ୧୫ଜୁଲାଇରେ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରାକୁ ରଣପୁର ବ୍ଲକରେ ସଫଳ କରିବା ପାଇଁ ଉକ୍ତ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ରଣପୁର ବ୍ଲକର ଚାନ୍ଦପୁର, କେରେଣ୍ଡାଟାଙ୍ଗି, ଗୋପାଳପୁର, ରଣପୁର, କୋଇଲମା, ବିନୋଦପଡା ଏବଂ ରାଜସୁନାଖଳା ଠାରେ ପଥପ୍ରାନ୍ତ ସଭାମାନ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ରସରକାରଙ୍କ ଏହି ଦରବୃଦ୍ଧି କାରୀ ଖାଉଟି ମାରଣ ନୀତି ବିରୋଧରେ ଆସନ୍ତା ୧୫ ଜୁଲାରେ ଦଳଗତ ନିର୍ବିଶେଷରେ ସବୁ ବର୍ଗର ଲୋକ ସାମିଲ ହେବାକୁ ଶ୍ରୀଯୁକ୍ତ ସ୍ୱାଇଁ ଆହ୍ୱାନ ଦେଇଛନ୍ତି। ବାମପନ୍ଥୀ ନେତା ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, ସଂଯୁକ୍ତା ସେଠୀ, ସୁକାନ୍ତି ଜେନା, ଗଦାଧର ପ୍ରଧାନ, କୁଳମଣି ପଳେଇ ଓ ସବ୍ୟସାଚୀ ସେନାପତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଆ.ପ୍ର- ପ୍ରଦୀପ କୁମାର ରଣା
ରାଜସୁନାଖଳା, ମୋ-୯୯୩୮୬୮୮୪୩୨
