ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଲୋକ ମାନଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ଆଗ୍ରହ ଜନ୍ମାଇବା ସହିତ ହାତ ପାଆ ନ୍ତାରେ ବିଭିନ୍ନ ଫଳ, ଫୁଲ, ଔଷଧ ତଥା ଉପାଦେୟ ଗଛ ପହଞ୍ଚାଇବା କାମ ବିଗତ କିଛି ବର୍ଷ ହେଲା ଅରୋମିରା ଟ୍ରଷ୍ଟ ଓ ପରିବେଶ ସାଥି ଅନୁଷ୍ଠାନ, କୁରାଳ ଦ୍ଵାରା କରାଯାଉଅଛି। ଚଳିତ ବର୍ଷ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ଏକ ଶହ ପଚାଶ ତମ ଜନ୍ମ ବାର୍ଷିକ ତଥା ପ୍ରଫେସର୍ ରାଧାମୋହନଙ୍କ ସ୍ମୃତି ଉପଲକ୍ଷେ ବନ ବିଭାଗର ସହଯୋଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଚାରା ବଣ୍ଟନ କାର୍ଯ୍ୟ କୋଭିଡ ନିୟମ ଅନୁଯାୟୀ ଆରମ୍ଭ କରାଯାଇ ଅଛି। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପରିବେଶ ସାଥିର ଆବାହକ ସୁକାନ୍ତ ଭାଇ ସାଥି ସୀମାଞ୍ଚଳ ସାହୁ, ମାତୃଭୂମି କୁରାଳର କୋଷାଧ୍ୟକ୍ଷ ରାଜ କିଶୋର ନାୟକ ଓ ୱାର୍ଡ଼ ସଦସ୍ୟ ରଘୁନାଥ ପାତ୍ରଙ୍କ ସହଯୋଗରେ ପ୍ରଥମେ ଆଇ.ଆର୍.ବି ଯବାନ ରାମକୃଷ୍ଣ ସାହୁଙ୍କୁ ପାଞ୍ଚଟି ପେସ୍ତା ବାଦାମ, ଗୋଟିଏ କରଞ୍ଜ ଚାରା, ହାତ ଧୁଆ ସାବୁନ ଓ ମାସ୍କ ଦେଇ ଚାରା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପାଇଁ ପ୍ରଶଂସାର ବିଷୟ ହୋଇଥିଲା ବେଳେ ବୃକ୍ଷ ପ୍ରେମୀଙ୍କ ମନରେ ଆନନ୍ଦ ଭରି ଦେଇଛି।
ଗଛ ଲଗାଅ, ଜୀବନ ବଞ୍ଚାଅ
