ରଣପୁର,(ନୟାଗଡ଼ ଦର୍ପଣ):- କୂଅରେ ପଡି ମହିଳାଙ୍କ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଣପୁର ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମର ସୁଶାନ୍ତ କୁମାର ସାମନ୍ତରାୟଙ୍କ ସ୍ତ୍ରୀ ମମତା ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଗତକାଲି ଘରେ କେହି ନଥିବା ଅବସ୍ଥାରେ ମମତା କୌଣସି କାରଣରୁ କୂଅକୁ ଯାଇଥିବା ବେଳେ କୂଅକୁ ଖସିପଡିଥିଲେ। କିଛି ସମୟ ପରେ ସୁଶାନ୍ତ ଘରକୁ ଫେରି ଘରେ ମମତା ନଥିବା ଦେଖି ଖୋଜାଖୋଜି କରିବାପରେ ଘର ପାଖରେ ଥିବା କୂଅରେ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତା ରେ କୂଅରୁ ମମତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ରଣପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡିଛି।
କୂଅରୁ ମିଳିଲା ମହିଳାଙ୍କ ମୃତଦେହ
