ଦଶପଲ୍ଲା: ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ଆର୍ ପେଟ୍ରୋଲ ପମ୍ପ ନିକଟରୁ ୬ ଜଣ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଗାଡିର ଉପରେ ବାଇଗଣ ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ । ଦଶପଲ୍ଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢାଉ କରି ୯୧ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଗୋଟି ଗାଡ଼ିକୁ ଜବତ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ୬ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଦଶପଲ୍ଲା ଥାନାରେ ୯୧/୨୧ରେ ଏକ ମାମଲା ରୁଜୁ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି । ଫୁଲବାଣୀରୁ ଭୁବନେଶ୍ୱର ଉକ୍ତ ଗଞ୍ଜେଇ ଚାଲାଣ ହେଉଥିବାର ସନ୍ଦେହ କରାଯାଉଛି। ଦଶପଲ୍ଲା…
Read MoreCategory: ଦଶପଲ୍ଲା ବ୍ଲକ
ଦଶପଲ୍ଲାରେ କାୟା ମେଲୁଛି କଫ୍ ସିରପ୍ ବ୍ୟବସାୟ
ଔଷଧ ବଦଳରେ ନିଶା ଭାବେ ହେଉଛି ବ୍ୟବହାରଦଶପଲ୍ଲା: (ନୟାଗଡ ଦର୍ପଣ) ବେଆଇନ ଭାବରେ ଚାଲିଛି କଫ ସିରପ୍ ବ୍ୟବସାୟ । ଦିନକୁ ଦିନ ଏହି ବ୍ୟବସାୟ ଦଶପଲ୍ଲା ଅଂଚଳରେ କାୟା ମେଲୁଥିବା ବେଳେ ଔଷଧ ବାହାନାରେ ଏହାକୁ ନିଶା ଭାବରେ ବ୍ୟବହାର କରାଯାଉଛି । ଦଶପଲ୍ଲା ଅଂଚଳର କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନୀ ଔଷଧ ବ୍ୟବସାୟ ବାହାନାରେ ଏହି ବ୍ୟବସାୟକୁ ବେଶ୍ ଆପଣେଇ ନେଇଥିବା ଚର୍ଚ୍ଚା ହେଉଛି । ବିଭିନ୍ନ କମ୍ପାନୀର ନକଲି କଫ ସିରପ୍ ନୟାଗଡ ଜିଲ୍ଲା ସମେତ ପଡୋଶୀ ଭୁବନେଶ୍ୱର ଏବଂ କଟକ ଅଂଚଳରୁ ଚାଲାଣ ହେଉଥିବା ଜଣାପଡିଛି । ଏହା ପଛରେ ଏକ ରାକେଟ୍ କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏବେ ବିଭିନ୍ନ ଗ୍ରାମ ସମେତ କିଛି ଔଷଧ ଦୋକାନରେ ଖୋଲାଖୋଲି ଭାବେ ଏହି ବ୍ୟବସାୟ ଚାଲିଥିବା ବେଳେ ସବୁଜାଣି…
Read More“ୟଶ” ଏବଂ “କରୋନା”କୁ ନେଇ ଜିଲ୍ଲା ପ୍ରଶାସନର ବୈଠକ
ନୟାଗଡ଼: ନୟାଗଡ ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସି.ଡି.ପି.ଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ “ଅମ୍ଫାନ” ଓ “ଫନି” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା…
Read Moreବାଣିଗୋଛା ନିକଟରେ ସଡକ ଦୁର୍ଘଟଣା, ୨ ଗୁରୁତର
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ବାଣିଗୋଛା ଓ କାମିଟି ପଙ୍ଗା ମଧ୍ୟସ୍ଥଳରେ ଘଟିଛି ଏକ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ରଚରଣ ଜାନୀ ଓ ବାଣିଗୋଛା ଥାନା ଗ୍ରାମରକ୍ଷୀ ପଦ୍ମଚରଣ ନାୟକଙ୍କ ମଧ୍ୟରେ ମୋଟର ସାଇକେଲ ସାମ୍ନାସାମ୍ନି ଧକ୍କା ହେବାଯୋଗୁଁ , ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଣିଗୋଛା ମେଡିକାଲ, ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଶିକ୍ଷକ ବିପ୍ର ଚରଣ ଜାନୀଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ, ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନରେ ବାରମ୍ବାର ସଡକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଥିବାବେଳେ , ପ୍ରଶାସନ ଏହି ସ୍ଥାନକୁ ଆକ୍ସିଡେଣ୍ଟ ଜୋନ୍ ଭାବେ…
Read More“ମହାବୀର ଅସହାୟଙ୍କୁ ସାହାଯ୍ୟ ସଂଗଠନ ” ତରଫରୁ ଭୋକିଲା ମୁହଁରେ ଦାନା
ଦଶପଲ୍ଲା: ସରକାରଙ୍କ ଲକଡାଉନ, ସଟଡାଉନ୍ ସମୟରେ ମଣିଷ ମାନେ ଗୃହ ବନ୍ଦୀ ହୋଇ ଯାଇଥିବା ବେଳେ ନିଜ ପାଇଁ ଦୁଇଓଳା ଖାଦ୍ୟ ଯୋଗାଡ କରିବା ସମ୍ଭବ ହେଉ ନାହିଁ । ଏଭଳି ସ୍ଥିତିରେ ଗାଈଗୋରୁ, ଅନ୍ୟ ଜୀବଜନ୍ତୁଙ୍କ କଥା ପଚାରେ କିଏ। ତେବେ ଦଶପଲାର କିଛି ଯୁବକ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ଗୋଟିଏ ସଂଘ ଯାହାର ନାଁ “ମହାବୀର ଅସହାୟଙ୍କୁ ସାହାଯ୍ୟ ସଂଗଠନ”। ଏହି ସଂଗଠନ ମାଧ୍ୟମରେ ଭୋକିଲା ଗାଈଗୋରୁ , କୁକୁର ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଅଟୋରେ ରନ୍ଧା ଖାଦ୍ୟ ନେଇ ଖାଇବାକୁ ଦେଉଛନ୍ତି । ସେମାନଙ୍କର ଏହି ଜୀବେଦୟା କାର୍ଯ୍ୟ ଯୋଗୁଁ ସାଧାରଣରେ ପ୍ରଶଂସା ଭାଜନ ହୋଇ ପାରିଛନ୍ତି । ଗତ ବର୍ଷ ଏଇ କରୋନା ସମୟରେ ତାଙ୍କର ଏଇ ସହାୟତା ପାଇଁ ପ୍ରେସ୍ କ୍ଳବ ଦଶପଲା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା ।…
Read Moreକାରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ
ଦଶପଲ୍ଲା: ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଗୋଟି ବ୍ଳକ ଯଥା ନୂଆଗାଁ, ଗଣିଆ ଓ ଦଶପଲ୍ଲାର ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମା ଟୁଡୁ। ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମ ପଞ୍ଚାୟତରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ସ୍ଥିତି କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ସେ ସବୁର ସ୍ଥିତି ପରଖିଥିଲେ । ଏଥି ସହିତ ମୁଖ୍ୟତଃ ରାଜ୍ୟ ବାହାରୁ ତଥା ଜିଲ୍ଲା ବାହାରୁ କେତେ ଫେରନ୍ତା…
Read Moreଜଙ୍ଗଲ ଲୁଟେରା ସନ୍ତୋଷକୁ ଗିରଫ କଲା ଦଶପଲ୍ଲା ବନବିଭାଗ
ଦଶପଲ୍ଲା: ବିଭିନ୍ନ ସମୟରେ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ଲୁଟ କରି କେବେବି ଧରା ପଡୁନଥିବା କାଠ ମାଫିଆ ସନ୍ତୋଷକୁ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଅନେକ ସମୟରେ ବନ କର୍ମଚାରୀମାନେ କାଠ ଜବତ୍ କରୁଥିଲେ ମଧ୍ୟ ଲୁଟେରା କୌଣସି ମତେ ସମସ୍ତଙ୍କ ଆଖିରେ ଧୂଳି ପକେଇ ଖସି ଯାଉଥିଲା । ତା’କୁ ଗିରଫ କରାଯାଇ ନ ପାରିବାରୁ ସେ ଅନ୍ୟାୟାସରେ ପୁଣି ତା’ କାମ କରି ଆସୁଥିଲା। ନୟାଗଡ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କ ନିର୍ଦ୍ଦେଶରେ ସେ ଲୁଚି ଥିବା ଦଶପଲ୍ଲା ଖଣ୍ଡପଡା ଗ୍ରାମରୁ ସନ୍ତୋଷ ସେଠୀକୁ ଗିରଫ କରାଯାଇଛି । ବନାଞ୍ଚଳ ଅଧିକାରୀ ଅଖିଳେଶ ମଲ୍ଲିକଙ୍କ ସୂଚନା ଅନୁଯାୟୀ ସନ୍ତୋଷକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ବେଳେ ସେ ଖସି ଯାଉଥିଲା । ସନ୍ତୋଷ ଗିରଫ ହେବାପରେ…
Read Moreବିଗିଡିବାରେ ଲାଗିଛି ଦଶପଲ୍ଲା ବ୍ଲକର ଗ୍ରାମାଞ୍ଚଳ ସ୍ଥିତି
ଦଶପଲ୍ଲା: ଦଶପଲ୍ଲା ଏନଏସି ଅପେକ୍ଷା ବ୍ଲକର ବିଭିନ୍ନ ପଞ୍ଚାଯତ ସ୍ଥିତି ବିଗିଡ଼ିବାରେ ଲାଗିଛି। ଗାଁ’ ଗାଁ’ରେ ଭୋଜିଭାତର ଆସର ଜମିବା ସହ ତାସ୍ ଖେଳ ଏବଂ ଖଟି ହେଉଛି। ବାହାରକୁ କାମ କରି ଯାଇଥିବା ଶ୍ରମିକମାନେ ବିଭିନ୍ନ ଗ୍ରାମକୁ ଫେରିଥିବା ବେଳେ ଗାଁ’ ଗାଁ’ରେ ଥଣ୍ଡା, କାଶ ଓ ଜ୍ବର ବ୍ୟାପିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ କରୋନା ଆକ୍ରାନ୍ତ ମଧ୍ୟ ହେଲେଣି। କିଛି ଆକ୍ରାନ୍ତଙ୍କ ରହିବା ପାଇଁ ଉପଯୁକ୍ତ ସୁବିଧା ନଥିବା ହେତୁ ଖୋଲାଖୋଲି ବାହାରେ ବୁଲାବୁଲି କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହାର କୌଣସି ବି ତଦନ୍ତ କରାଯାଉନଥିବା ଅଭିଯୋଗ ହେଉଛି। ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଡିହଗାଁ ପଞ୍ଚାଯତଠାରେ ପ୍ରାୟ ୧୫ ଦିନ ହେବ ୩୦ ଶଯ୍ୟା ବିଶିଷ୍ଠ ଟିଏମସି ବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ଏହାକୁ…
Read Moreଗ୍ରାମ୍ୟ ଜଙ୍ଗଲକୁ ନେଇ ତିନି ଗାଁ ମୁହାଁମୁହିଁ
ଦଶପଲ୍ଲା: ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମବାସୀକଂର କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରାହ୍ମଣୀଦେଇ ଓ ରୁଗୁମା ପାହାଡ଼କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି। ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ। ତିନି ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ…
Read Moreଦଶପଲ୍ଲା ଅଞ୍ଚଳରେ ସାବାଡ଼ ହେବେ ଅମାନିଆ
ଦଶପଲ୍ଲା: ଦଶପଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଗମ୍ଭୀର ସ୍ଥିତି ଆଡ଼କୁ ଯାଉଥିବା ବେଳେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଯେତେ ପ୍ରଚାର ପ୍ରସାର କଲେ କିଛି ଅମାନିଆ ବେଫିକର ଭାବେ ବଜାରରେ ବୁଲୁଛନ୍ତି। ସେଇମାନଙ୍କୁ ସାବାଡ଼ କରିବା ପାଇଁ ବୁଦ୍ଧିଜୀବୀମାନେ ପୋଲିସକୁ ଆହୁରି କଠୋର ହେବାକୁ ପଡ଼ିବ ବୋଲି ମତ ଦେଇଛନ୍ତି। ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି କିମ୍ବା ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଦଶପଲ୍ଲା କୋଭିଡ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର କୁମାର ଖେମୁଣ୍ଡୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଵବ୍ରତ କର, ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରମ ଏବଂ ଏସ.ଆଇ. ଚକ୍ରଧର ସିଂ, ସୁବାଷ ଚମ୍ପତ୍ତି ପ୍ରଭୁତିଙ୍କୁ ନେଇ ଏକ ଟିମ ଗଠନ…
Read More