ଦଶପଲ୍ଲା: ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଗୋଟି ବ୍ଳକ ଯଥା ନୂଆଗାଁ, ଗଣିଆ ଓ ଦଶପଲ୍ଲାର ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମା ଟୁଡୁ। ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମ ପଞ୍ଚାୟତରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ସ୍ଥିତି କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ସେ ସବୁର ସ୍ଥିତି ପରଖିଥିଲେ । ଏଥି ସହିତ ମୁଖ୍ୟତଃ ରାଜ୍ୟ ବାହାରୁ ତଥା ଜିଲ୍ଲା ବାହାରୁ କେତେ ଫେରନ୍ତା ଆସିଛନ୍ତି ଏହାର ସମୀକ୍ଷା କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଡିକାଲ ଗୁଡ଼ିକରେ ଅକ୍ସିଜେନ, ସିଲିଣ୍ଡର, ଆମ୍ବୁଲାନ୍ସ ଓ କେତେଗୁଡିଏ ଗାଡ଼ି ବିନିଯୋଗ କରାଯାଇଛି ତାର ମଧ୍ୟ ସମୀକ୍ଷା କରିଥିଲେ । ଜନସାଧାରଣଙ୍କୁ କିପରି ସଚେତନ କରାଯାଉଛି, ଏନଫୋର୍ସମେଣ୍ଟ କିପରି ହେଉଛି, ସଂଘରୋଧରେ ଥିବା ରୋଗୀଙ୍କ ପାଖକୁ କିପରି ଯାଞ୍ଚ କରାଯାଉଛି ଏହାର ତଦାରଖ କରିଥିଲେ । ଏହି ବୈଠକରେ ତିନୋଟି ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀମାନେ ସାମିଲ ହୋଇଥିଲେ।
କାରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ
