ଖଳିସାହିରୁ ବ୍ରାଉନ ସୁଗାର ବେପାରୀ ଗିରଫ

ଖଣ୍ଡପଡା: ମହାମାରୀ କରୋନା ଯେଉଁଭଳି ଭାବେ କାୟା ବିସ୍ତାର କରି ଚାଲିଛି ତାର ସୁଯୋଗ ନେଇ ବ୍ରାଉନ୍ ସୁଗାର ବେପାରୀଙ୍କ ବେପାର ମଧ୍ୟ ବଢି ଚାଲିଛି। ଜିଲ୍ଲାର କୋଣ ଅନୁକୋଣରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ଜଣାପଡିଛି। ଆଜି ସକାଳୁ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଖଳିସାହି ଦଶଦୋଳ ପଡ଼ିଆ ଠାରେ ଚଢଉ କରି ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀ ଠାରୁ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ୍ କରିଥିବା ଜଣାପଡିଛି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ଦଶଦୋଳ ପଡ଼ିଆ ଠାରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ନେଇ ଖଣ୍ଡପଡ଼ା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବ୍ରାଉନ ସୁଗାର ବ୍ୟବସାୟୀ ବିରଞ୍ଚି ରଣା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧ଗ୍ରାମ ୨୫୦ମିଲିଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହିତ ବିରଞ୍ଚିକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏନେଇ ଥାନାରେ କେସ୍ ନଂ ୯୧/୨୧ରେ ମାମଲା ରୁଜୁ କରି ବିରଞ୍ଚିକୁ ଗିରଫ୍ କରିଥିବା ନେଇ ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ସୂଚନା ଦେଇଛନ୍ତି ।

Related posts