ନୟାଗଡ଼: ଅନନ୍ୟା ଫାଉଣ୍ଡେସନର କର୍ମକର୍ତ୍ତାମାନେ ଆଜି ନୟାଗଡ଼ ବ୍ଲକ ଶଙ୍ଖେଇ ଗ୍ରାମର ଜଙ୍ଗଲ ମଧ୍ୟରେ ରହୁଥିବା କିଛି ପରିବାର ପାଖରେ ପହଂଚି ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେଠି ରହୁଥିବା ସମସ୍ତଙ୍କୁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଓ ମାସ୍କ ପ୍ରଦାନ କରା ଯାଇଥିଲା। ପଢ଼ୁଥିବା କୁନିକୁନି ପିଲାଙ୍କ ପାଇଁ କିଛି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଲୋକଙ୍କ ଦେହରେ କରୋନା ଲକ୍ଷଣ ଦେଖଯାଏ ତେବେ ସଙ୍ଗେସଙ୍ଗେ ପରୀକ୍ଷା କରି ଆବଶ୍ୟକ ଅନୁସାରେ ସଂଗରୋଧ କିମ୍ବା ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଇଛି।
ଅନନ୍ୟା ଫାଉଣ୍ଡେସନର ସହାୟତା
