ଦଶପଲ୍ଲା ଅଞ୍ଚଳରେ ସାବାଡ଼ ହେବେ ଅମାନିଆ

ଦଶପଲ୍ଲା: ଦଶପଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଗମ୍ଭୀର ସ୍ଥିତି ଆଡ଼କୁ ଯାଉଥିବା ବେଳେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଯେତେ ପ୍ରଚାର ପ୍ରସାର କଲେ କିଛି ଅମାନିଆ ବେଫିକର ଭାବେ ବଜାରରେ ବୁଲୁଛନ୍ତି। ସେଇମାନଙ୍କୁ ସାବାଡ଼ କରିବା ପାଇଁ ବୁଦ୍ଧିଜୀବୀମାନେ ପୋଲିସକୁ ଆହୁରି କଠୋର ହେବାକୁ ପଡ଼ିବ ବୋଲି ମତ ଦେଇଛନ୍ତି।

ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି କିମ୍ବା ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଦଶପଲ୍ଲା କୋଭିଡ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର କୁମାର ଖେମୁଣ୍ଡୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଵବ୍ରତ କର, ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରମ ଏବଂ ଏସ.ଆଇ. ଚକ୍ରଧର ସିଂ, ସୁବାଷ ଚମ୍ପତ୍ତି ପ୍ରଭୁତିଙ୍କୁ ନେଇ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ କରିବା ସଙ୍ଗେ ସଙ୍ଗେ ଅମାନିଆଙ୍କୁ ସାବାଡ଼ କରାଯାଉଛି। ତତସହିତ ଦଶପଲ୍ଲା ଥାନା ସମ୍ମୁଖରେ ପ୍ରତ୍ୟେକ ଦିନ ଚେକିଂ କରା ଯାଉଥିବା ଏସ.ଆଇ ଶ୍ରୀଯୁକ୍ତ ସିଂ ସୂଚନା ଦେଇଛନ୍ତି।

Related posts