ଜଙ୍ଗଲ ଲୁଟେରା ସନ୍ତୋଷକୁ ଗିରଫ କଲା ଦଶପଲ୍ଲା ବନବିଭାଗ

ଦଶପଲ୍ଲା: ବିଭିନ୍ନ ସମୟରେ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ଲୁଟ କରି କେବେବି ଧରା ପଡୁନଥିବା କାଠ ମାଫିଆ ସନ୍ତୋଷକୁ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଅନେକ ସମୟରେ ବନ କର୍ମଚାରୀମାନେ କାଠ ଜବତ୍ କରୁଥିଲେ ମଧ୍ୟ ଲୁଟେରା କୌଣସି ମତେ ସମସ୍ତଙ୍କ ଆଖିରେ ଧୂଳି ପକେଇ ଖସି ଯାଉଥିଲା । ତା’କୁ ଗିରଫ କରାଯାଇ ନ ପାରିବାରୁ ସେ ଅନ୍ୟାୟାସରେ ପୁଣି ତା’ କାମ କରି ଆସୁଥିଲା। ନୟାଗଡ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କ ନିର୍ଦ୍ଦେଶରେ ସେ ଲୁଚି ଥିବା ଦଶପଲ୍ଲା ଖଣ୍ଡପଡା ଗ୍ରାମରୁ ସନ୍ତୋଷ ସେଠୀକୁ ଗିରଫ କରାଯାଇଛି । ବନାଞ୍ଚଳ ଅଧିକାରୀ ଅଖିଳେଶ ମଲ୍ଲିକଙ୍କ ସୂଚନା ଅନୁଯାୟୀ ସନ୍ତୋଷକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ବେଳେ ସେ ଖସି ଯାଉଥିଲା । ସନ୍ତୋଷ ଗିରଫ ହେବାପରେ ଜଙ୍ଗଲ ଚୋରି କିଛି ମାତ୍ରାରେ କମିବ ବୋଲି ଆଶା କରାଯାଉଛି।

Related posts