ରଣପୁର: ରଣପୁର ଥାନା ଅନ୍ତର୍ଗତ କୋଟଗଡ଼ ଘାଟିରେ ଦମ୍ପତ୍ତିଙ୍କୁ ୩ଜଣ ଡ଼କାୟତ ଗୋଟିଏ ମୋଟର ସାଇକେଲରେ ଆସି ବନ୍ଧୁକ ଦେଖାଇ ୯ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲୋ ସାନବଡ଼ ଗ୍ରାମର ସୁରେଶ ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକରେ ରାଜସୁନାଖଳା ଦେଇ ରଣପୁର ଯାଉଥିଲେ । ସକାଳର ରାସ୍ତା ପ୍ରାୟ ଶୂନସାନ ଥିବାରୁ ଏଇ ସୁଯୋଗ ନେଇ ଗୋଟିଏ ବାଇକରେ ୩ଜଣ ଡକାୟତ ପିଛା କରିଥିଲେ । ପିଛା କରି କୋଟଗଡ଼ ଘାଟି ଠାରେ ନିଛାଟିଆ ରାସ୍ତାରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ପାଖରେ ଥିବା ୯ହଜାର ଟଙ୍କା ଓ ମାମିନାଙ୍କ ପାଖରେ ଥିବା ଦେଢ ଭରିର ଏକ ଚେନ୍ ଓ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।
କୋଟଗଡ଼ ଘାଟିରେ ବନ୍ଧୁକ ଦେଖାଇ ଲୁଟ
