ନୟାଗଡ଼,(୨୬/୦୯): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ…
Read MoreCategory: ଦଶପଲ୍ଲା ବ୍ଲକ
ନୟାଗଡ଼ ରାଜରାସ୍ତାରେ ଦୁଇ ଘଣ୍ଟା ଧରି ଆଶାକର୍ମୀଙ୍କ ଗଣବିକ୍ଷୋଭ
ନୟାଗଡ଼,(୨୪/୦୯): ସିଆଇଟିୟୁ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତରଫରୁ ସିନ୍ଦୁରିଆ ଛକଠାରୁ ଶତାଧିକ ଆଶା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ବଜାର ପରିକ୍ରମା କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ତଥା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗଣବିକ୍ଷୋଭ କରିଥିଲେ । ଜାତୀୟ ରାଜପଥ ଅବରୋଧ କରି ପ୍ରାୟ ୨ ଘଣ୍ଟା କାଳ ବିକ୍ଷୋଭ କରାଯାଇଥିଲା । ଜିଲ୍ଲା ସଭାପତି ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧି ଶ୍ରମ କୋର୍ଡ, ଶ୍ରମିକ ମାରଣାନୀତି ଓ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସିଡିଏମଙ୍କୁ ଭେଟି ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେବା ସହ ଜିଲ୍ଲାରେ ଦେଖା ଦେଇଥିବା ସମସ୍ୟା ଗୁଡ଼ିକ ଉପରେ ଏକ ଦାବୀ ପତ୍ର…
Read More‘ୟୁଥ ଫର ଆକ୍ସନ’ ପକ୍ଷରୁ ଜିଲ୍ଲା ସଦସ୍ୟଙ୍କ ନାମ ଘୋଷଣା
‘ନୟାଗଡ଼,(୨୨/୦୯): ଆଜି ‘ୟୁଥ ଫର ଆକ୍ସନ’ ସଙ୍ଗଠନ ପକ୍ଷରୁ ହୋଟେଲ ନୀଳମାଧବ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି । ‘ୟୁଥ ଫର ଆକ୍ସନ’ର ନୟାଗଡ଼ ଜିଲ୍ଲା ସଭାପତି ପରମେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ରାଜ୍ୟ ସଭାପତି ଦେବାଶିଷ ନାୟକ, ଓଡ଼ିଶା କାର୍ଯ୍ୟକାରୀ ସଭାପତି ସୁଜିତ ସିଂ, ପୂର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ, ପୂର୍ବାଞ୍ଚଳ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ । ଉକ୍ତ ସଭାରେ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ମାନଙ୍କର ଏକ ବୈଠକ ହେବା ସହିତ ଦାୟିତ୍ୱ ଘୋଷଣା ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ୨୪ ଜଣିଆ କାର୍ଯ୍ୟକାରିଣୀ ଦଳ ସହ ୮ଗୋଟି ବ୍ଲକ ସମେତ ୩ଗୋଟି ବିଜ୍ଞାପିତ ଅଞ୍ଚଳ ଓ ନୟାଗଡ଼ ମ୍ୟୁନିସପାଲଟିର ସଭାପତି…
Read Moreନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ
ନୟାଗଡ଼,(୨୨/୦୯): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ‘ସୃଜନ’ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ମାନ୍ୟବର ସାଂସଦ ପୁରୀଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ନୟାଗଡ଼ ବନଖଣ୍ଡ ବିଭାଗର ବନୀକରଣ ସଂପର୍କରେ ଆଲୋଚନା କରାଯାଇଥିଲା…
Read Moreକାର୍ଯ୍ୟରେ ଯୋଗଦେଇ ବୃକ୍ଷ ରୋପଣ କଲେ ନୂତନ ବନଖଣ୍ଡ ଅଧିକାରୀ
ନୟାଗଡ଼, (୨୨/୦୯): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କର କେନ୍ଦୁଝର ବଦଳି ହୋଇଯିବାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା । ଆଜି ପୂର୍ବାହ୍ନରେ ନୟାଗଡରେ ନୂତନ ବନଖଣ୍ଡ ଅଧିକାରିଣୀ ଭାବେ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଛନ୍ତି । ପୂର୍ବତନ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ନୂତନ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ଣ୍ଣିମା ପାଣ୍ଡିଆନ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସହ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ଆଜି ନୟାଗଡରେ ନୂତନ ଭାବେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନ ମଜୁରିଆପଲ୍ଲୀ ବ୍ରିଜ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସେଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡି.ଏଫ.ଓ ଧନରାଜ ଏଚ.ଡି, ଏ.ସି.ଏଫ ସ୍ବେତାଲିନ ସାହୁଙ୍କ ସହ ବହୁ ବନ ବିଭାଗ…
Read MoreMLA ଆସୁ କି ବିଧାନସଭା ଆସୁ
ଦଶପଲ୍ଲାରେ ପ୍ରବଳ ବର୍ଷାରେ ଭିଜି ଭିଜି ବିକ୍ଷୋଭ କଲେ ସିପିଆଇଏମ କର୍ମୀ
ଦଶପଲ୍ଲା,(୧୫/୦୯): ଦଶପଲ୍ଲାର ମେଳିଆ ତୋଟା ଠାରୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ ବାଦୀ) ନେତୃତ୍ୱରେ, ଡି.ୱା.ଇ.ଏଫ.ଆଇ, ଓଡ଼ିଶା କୃଷକ ସଭା, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଓ ସିଆଇଟିୟୁର କର୍ମୀମାନେ ହାତରେ ପତାକା ଓ ଫେଷ୍ଟୁନ ଧରି ବିଭିନ୍ନ ଦାବୀ ଉପରେ ସ୍ଲୋଗାନ ଦେଇ ପ୍ରବଳ ବର୍ଷାରେ ଭିଜି ଭିଜି ପ୍ରଥମେ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ବିଡ଼ିଓଙ୍କୁ ଲୋକମାନଙ୍କର ବିଭିନ୍ନ ଦାବି, ମୁଖ୍ୟତଃ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରେସନ୍ କାର୍ଡ ଓ ଏମ୍.ଏନ୍.ଆର୍.ଇ.ଜି.ଏ ସମ୍ପର୍କିତ ଅଭିଯୋଗ ଏବଂ ଦାବୀ ଜଣାଇଲା ପରେ ଶୋଭାଯାତ୍ରା ତହସିଲ ଅଭିମୁଖେ ଯାଇଥିଲା। ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବକ୍ତା ମାନେ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ଦାବି…
Read Moreହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ହିନ୍ଦୀ ଦିବସ ପାଳିତ
ନୟାଗଡ,(୧୪/୦୯): ହିନ୍ଦୀ ଭାରତର ରାଜଭାଷା ଭାବେ ସ୍ଵୀକୃତ। ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ରେ ସମ୍ବିଧାନ ସଭାର ସହମତିକ୍ରମେ ହିନ୍ଦୀକୁ ରାଜଭାଷା ଭାବେ ଗ୍ରହଣ କରାଯାଇଥିଲା ଏବଂ ୧୯୫୩ ମସିହା ସେପ୍ଟେମ୍ବର ୧୪ ତାରିଖ ଠାରୁ ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଆସୁଛି। ଏବେ ସମଗ୍ର ବିଶ୍ୱରେ ପ୍ରାୟ ୨୦୦ ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ହିନ୍ଦୀ ସ୍ଥାନିତ ହୋଇଥିବାବେଳେ ଭାରତୀୟମାନଙ୍କୁ ପରସ୍ପର ସହ ଯୋଡିବାର ମାଧ୍ୟମ ରୂପେ ହିନ୍ଦୀ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ନୟାଗଡ଼ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହିନ୍ଦୀ ଦିବସ ପାଳନ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମତପ୍ରକାଶ କରିଥିଲେ। ଜିଲ୍ଲା ସଂଘର ସଭାପତି ଜୟକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ସାହିତ୍ୟିକ ତଥା ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି…
Read Moreଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…
Read Moreଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ସ୍ମୃତିଚାରଣ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ରାଧାମୋହନ ଜୀୟୁ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ଏକାଦଶାହ ଦିବସରେ ଓଷ୍ଟା ଦଶପଲ୍ଲା ବ୍ଲକ ପକ୍ଷରୁ ରାଧାମୋହନ ଜୀୟୁ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଠାରେ ଅଦ୍ୟ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଦଶପଲ୍ଲା ଓଷ୍ଟାର ବ୍ଲକ ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଧାଞ୍ଜଳୀ ସଭାରେ ଶିକ୍ଷକନେତା କିଶୋର ଚନ୍ଦ୍ର ପରମଗୁରୁ, ସି.ପି.ଆଇ.ଏମ୍ ନେତା ଶରତ ଚନ୍ଦ୍ର ବେହେରା, ଓଷ୍ଟାର ଜିଲ୍ଲା ସଭାପତି ଅଯୋଧ୍ୟା ନାଥ ନାୟକ ଓ ସମ୍ପାଦକ ମାଣିକେଶ୍ୱର ସ୍ୱାଇଁ,ରାଜ୍ୟ ସମ୍ପାଦକ ବିନାୟକ ପରିଡ଼ା, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ ଓ ପ୍ରଣତି ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଉକ୍ତ ସଭାରେ ଦଶପଲ୍ଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ…
Read More