ନୟାଗଡ଼,(୨୪/୦୯): ସିଆଇଟିୟୁ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତରଫରୁ ସିନ୍ଦୁରିଆ ଛକଠାରୁ ଶତାଧିକ ଆଶା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ବଜାର ପରିକ୍ରମା କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ତଥା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗଣବିକ୍ଷୋଭ କରିଥିଲେ । ଜାତୀୟ ରାଜପଥ ଅବରୋଧ କରି ପ୍ରାୟ ୨ ଘଣ୍ଟା କାଳ ବିକ୍ଷୋଭ କରାଯାଇଥିଲା । ଜିଲ୍ଲା ସଭାପତି ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧି ଶ୍ରମ କୋର୍ଡ, ଶ୍ରମିକ ମାରଣାନୀତି ଓ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସିଡିଏମଙ୍କୁ ଭେଟି ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେବା ସହ ଜିଲ୍ଲାରେ ଦେଖା ଦେଇଥିବା ସମସ୍ୟା ଗୁଡ଼ିକ ଉପରେ ଏକ ଦାବୀ ପତ୍ର ମଧ୍ୟ ଦେଇ ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ । ବିକ୍ଷୋଭରେ ସିଆଇଟିୟୁର ସଭାପତି ବିଶ୍ୱନାଥ ମହାପାତ୍ର, ଜିଲ୍ଲା ସମ୍ପାଦକ ଶରତ ବେହେରା, ଏସ.ଏ. କରିମ, ଚାପଧାରୀ ରାଉତ, ସଂଯୁକ୍ତା ସେଠୀ, ଆଶାକର୍ମୀଙ୍କ ଜିଲ୍ଲା ସମ୍ପାଦିକା ନଳୀନ ଦାସ, ଜାମିନ ରାଣୀ ବେହେରା, ସସ୍ମିତା ପଟ୍ଟନାୟକ, ସଂଯୁକ୍ତା ପଣ୍ଡା, ରୂପମଞ୍ଜରୀ ସାହୁ, ବାସନ୍ତୀ ସାହୁ, ସରୋଜିନୀ ତ୍ରୀପାଠୀ, ଶଶିକଳା ନାୟକ, ମଙ୍ଗୁଳି ସାହୁ, ଶୁଭଶ୍ରୀ ପଟ୍ଟନାୟକ, ଅହଲ୍ୟା ସେଠୀ, ପାଚାଂଳୀ ସାହୁ, ରେଣୁବାଳା ସାହୁ, ସରୋଜିନୀ ସାହୁ, ପ୍ରତିଭା ବେହେରା, ସ୍ମୃତିରେଖା ସେନାପତି କାକଳି ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।
ନୟାଗଡ଼ ରାଜରାସ୍ତାରେ ଦୁଇ ଘଣ୍ଟା ଧରି ଆଶାକର୍ମୀଙ୍କ ଗଣବିକ୍ଷୋଭ
