ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଉଦଘାଟନ ହେଉ ନଥିବାରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାକୁ ରେଳବିଭାଗ ପକ୍ଷରୁ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ,ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭାଗ ପକ୍ଷରୁ କେବଳ ପ୍ରତିଶୃତି ଛଡ଼ା କିଛି ପଦକ୍ଷେପ ନିଆଯାଉ ନାହିଁ । ଇତି ମଧ୍ୟରେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ…
Read MoreCategory: ଦଶପଲ୍ଲା ବ୍ଲକ
ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରାଥମିକ ତଦନ୍ତକୁ ଭିତ୍ତିକରି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଆଜି ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ପ୍ରକାଶ ଥାଉକି ଖମାରସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ (ଭାରପ୍ରାପ୍ତ) ବସନ୍ତ କୁମାର ସାହୁ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା, ଅଭିଭାବକମାନଙ୍କ ସହିତ ସମୁଚିତ ବ୍ୟବହାର ନ କରିବା, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଖୋଲା ପଡ଼ିଆରେ ବସି ଖୁଆଇବା ଇତ୍ୟାଦି ଖବର ଓ ଟିଭିରେ ସଂପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Read Moreଆମରଣ ଅନଶନରେ ନୟାଗଡ଼ ଉପ କାରଗାର କର୍ମଚାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ୫ଦଫା ଦାବି ପୁରଣକୁ ନେଇ ନୟାଗଡ଼ ଉପ କାରଗାର କର୍ମଚାରୀମାନେ ଆମରଣ ଅନଶନରେ ସମାନ କାମକୁ ସମାନ ଦରମା ଦାବିରେ ଗତ ୧୩ତାରିଖରୁ କଳା ବ୍ୟାଚ୍ ପିନ୍ଧି ନୟାଗଡ଼ ଜେଲ୍ ୱାର୍ଡରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଥମେ କଳା ବ୍ୟାଚ୍ ପିନ୍ଧି ତାଙ୍କ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇଥିଲେ ହେଲେ ସରକାର କର୍ଣ୍ଣପାତ ନକରିବାରୁ ଆଜିଠାରୁ ଜେଲ୍ ୱାର୍ଡରମାନେ ଆମରଣ ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଜେଲ୍ ୱାର୍ଡରମାନଙ୍କ କହିବା କଥା ଗୃହ ବିଭାଗ ଅଧିନରେ ଥିବା ଆମର ଆଉ ରାଜ୍ୟ ପୋଲିସର ସମସ୍ତ କାର୍ଯ୍ୟ ସମାନ ଥିବାବେଳେ ଆମକୁ ସରକାର ଅଣଦେଖା କରୁଛନ୍ତି । ସମାନ କାମକୁ ସମାନ ବେତନ ଥିବା ବେଳେ ଗୃହ ବିଭାଗର ପୋଲିସମାନେ ଯାହା ପାଉଛନ୍ତି ଆମେ ତାହା ପାଉନାହୁଁ । ଆମର ଦାବି ହେଲା…
Read Moreଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି ଏହି ଦିବସ ପାଳନ ନିମନ୍ତେ ସମସ୍ତଙ୍କର ଅକୁଣ୍ଠ ସହଯୋଗ କାମନା କରି କହିଥିଲେ ଯେ,ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟସେବା ଶିବିର ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବ୍ଲକରୁ ପ୍ରାୟ ୫୦ରୁ ୬୦ଜଣ ବରିଷ୍ଠ ନାଗରିକ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିରକୁ ଆଣିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଂଚଳିକ…
Read Moreସାମୁହିକ ଛୁଟିରେ ଗଲେ ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ
ବିଦ୍ୟାଳୟରେ ଝୁଲିଲା ତାଲା, ମଧ୍ୟାହ୍ନ ଭୋଜନ ଏବଂ ପାଠପଢ଼ା ଠପ୍ ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଭୁବନେଶ୍ୱରର ଡାକରାରେ ଆଜିଠାରୁ ସମଗ୍ର ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସାମୁହିକ ଛୁଟି ନେଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତିନି ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଟି଼ ବ୍ଲକର ୧୦୬୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହେବା ସହିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ଆଜି ଅଧିକାଂଶ…
Read Moreନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ, ନୀରଞ୍ଜନ ହେଲେ ସଭାପତି, ଦୀପ୍ତିରଞ୍ଜନ ସାଧାରଣ ସମ୍ପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ନୟାଗଡ଼ ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକାରୀ ସଭାପତି ନୀରଞ୍ଜନ ବିଧାରଙ୍କ ଆହ୍ୱାନ କ୍ରମେ ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ବିଧାର ସର୍ବସମ୍ମତି କ୍ରମେ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିସହିତ ସାଧାରଣ ସମ୍ପାଦକ ଭାବେ ଦୀପ୍ତିରଞ୍ଜନ ପରିଡ଼ା, ଉପସଭାପତି ଭାବେ ଗୀତାଞ୍ଜଳୀ ଜେନା, ମାନସ କୁମାର ମହାକୁଡ଼, ବୃନ୍ଦାବନ ମହାନ୍ତିଙ୍କୁ ଚୟନ କରାଯାଇଛି । ସମ୍ପାଦକ ଭାବେ ରମେଶ ପ୍ରସାଦ ରାଉତ, ନିରୂପମା ପାତ୍ରଙ୍କୁ ଚୟନ କରଯାଇଛି । ସଂଘର ଉପଦେଷ୍ଟା ଭାବେ ସନ୍ୟାସୀ ପ୍ରଧାନ, ପ୍ରଭାତ କୁମାର ପ୍ରଧାନ ଏବଂ ସଞ୍ଜୟ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ପ୍ରଦୀପ କୁମାର ସ୍ବାଇଁଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି…
Read Moreନୟାଗଡ଼ରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦ୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଷୋଳ ଲକ୍ଷ ପଞ୍ଚାଅଶୀ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୧ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୬ଟି ଏବଂ ବିବାହଜନିତ ୧୦ ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୦ ଜଣ ଋଣ ଗ୍ରହିତାଙ୍କଠାରୁ ୮୦,୬୯, ୫୭୧ ଟଙ୍କା ଦେବା ପାଇଁ ରାଜିନାମା…
Read Moreଦଶପଲ୍ଲାରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ନେତାଜୀ ମୈଦାନରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାୟ ୨୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର, ଉପାୟନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶାଲ, ଏନ୍ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରୀୟଦର୍ଶିନୀ, ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ୍, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ, ଲକ୍ଷୀଧର ସାହୁ ଗୁରୁ ଦିବସର ମହତ୍ଵ ଉପରେ ପୁଖାନୁପୁଂଖ ଆଲୋଚନା…
Read Moreଦଶପଲ୍ଲା ଥାନାକୁ ବଡ଼ ସଫଳତା, ଜଣକୁ ଗିରଫ କରିବା ସହ ବିଭିନ୍ନ ନିଶା ଦ୍ରବ୍ୟ ଏବଂ ଗାଡି ଜବତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାକୁ ମିଳିଛି ସଫଳତା । ଗାଡି ସହ କଫ ସିରଫ, ମଦ ଓ କିଛି ନିଶା ଦ୍ରବ୍ୟ ଦଶପଲ୍ଲା ପୁଲିସ ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗତ କାଲି ଦଶପଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଘୋଳାହାଣ୍ଡି ଓସ୍ତ ଛକଠାରେ ଶଙ୍କର ପ୍ରଧାନ ଓରଫ ଭାଲୁଙ୍କ ଦୋକାନରେ ଚଢ଼ଉ କରିଥିଲେ । ତାଙ୍କ ଠାରୁ ୨୩ ଗୋଟି କଫ ସିରଫ ବୋଟଲ ଜବତ କରିବା ସହ ୬ ଗୋଟି କିଙ୍ଗଫିସର ବିୟର, ୯ ଗୋଟି ବାକାଡି ବ୍ଲାକ ମଦ, ୬ ଗୋଟି ମାକଡ୍ରଲ ଓ କିଛି ନିଶା ଔଷଧ ଜବତ କରିଥିଲେ । ଏଥି ସହିତ ଓଡି୨୫ଏଚ୦୪୯୪ ଗ୍ଲାମର ମଟର ସାଇକେଲ ଗାଡିକୁ ଜବତ କରାଯାଇଛି । ଦଶପଲ୍ଲା…
Read Moreଦଶପଲ୍ଲା ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶତାଧିକ ଭଉଣୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସ୍ଥାନୀୟ କୁଆଁରିଆ ବଙ୍ଗଳା ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ, ନୂଆଗାଁ ବ୍ଲକ ଏବଂ ଗଣିଆ ବ୍ଲକ୍ର ଶତାଧିକ ମହିଳା ଏକତ୍ର ହୋଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବହୁ ମହିଳା ଏକତ୍ର ହୋଇ ଏହି ଉତ୍ସବ ପାଳନ କରିଛନ୍ତି। ତେବେ ଭଉଣୀମାନଙ୍କ ରାକ୍ଷୀର ପାଉଣା ସ୍ବରୂପ ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।
Read More