କୃଷକଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି

ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି ଅଧିନରେ ଆଜି ୯କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ ୨୦ହଜାର କୋଟି ଟଙ୍କା ଦେଶର କୃଷକମନଙ୍କ ଖାତାକୁ ସ୍ଥାନାନ୍ତର ଉତ୍ତର ପ୍ରଦେଶର ବାରାଣାସୀରୁ ସିଧାପ୍ରସାରଣର କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷକମାନଙ୍କ ଉନ୍ନତି ନିମନ୍ତେ କୃଷକମାନଙ୍କ କ୍ଷେତକୁ ପାଣି,ଆଖୁଚାଷର ଉନ୍ନତି ଉପରେ ଆମ ସରକାର ଧ୍ୟାନ ଦେବ। ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ, ସ୍ୱାମିନାଥନ୍ କମିଟି ଦେଇଥିବା ସୁପାରିଶ ଅନୁସାରେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଥମ…

Read More

ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଦିଲିପ କୁମାର ବଳଙ୍କ ସଂଯୋଜନାରେ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାପାଳ ଶ୍ରୀମତୀ ସିଂଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତି ବର୍ଷ ପ୍ରାକ୍ ମୌସୁମୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମାଜସେବୀଙ୍କୁ ନେଇ ଏକ ମକ୍‌ଡ୍ରିଲ(ମିଛ ଅଭିନୟ) କରାଯାଏ । ଏଥିପାଇଁ ଆଜି ଜିଲ୍ଲାସ୍ତରରେ ଦିବା ୧୦ଘଟିକା ଠାରୁ…

Read More

ଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ  ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।

Read More

ଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧ‌ିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧ‌ିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି…

Read More

ବିଜେଡିର ବିରାଟ ମହିଳା ଶୋଭାଯାତ୍ରା, ହଜାର ହଜାର ସାମିଲ

ମା’ ମାନଙ୍କର ଦୁଃଖ ବୁଝନ୍ତି କେବଳ ନବୀନ : ଅରୁଣ। ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଶେଷ ପର୍ଯ୍ୟାୟରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁରେ ବିଜେଡି ପକ୍ଷରୁ କରାଯାଇଛି ବିରାଟ ମହିଳା ଶୋଭାଯାତ୍ରା । ହଜାର ହଜାର ମହିଳା ଏହି ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ଗାଁ ରଘୁନାଥ ମନ୍ଦିରରୁ ଏହି ସମାବେଶ ବାହାରି ଓଡ଼ଗାଁ ମିନି ଷ୍ଟାଡିୟମ ପାଖରେ ପହଞ୍ଚିଥିଲା । ମହିଳା ମାନେ ଚାଲି ଚାଲି ବିଭିନ୍ନ ନାରା ଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ମହିଳା ସମାବେଶରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ମହିଳା ମାନଙ୍କୁ…

Read More

ଅଚ୍ୟୁତ ସାମନ୍ତ ଓ ରମେଶ ବେହେରାଙ୍କ ମାରାଥନ ପ୍ରଚାର

ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନୀ ମଣ୍ଡଳି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏକ ବିଶାଳ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ ସହ ମାରାଥନ ପ୍ରଚାର କରିଛନ୍ତି । ନୂଆଗାଁ ବ୍ଳକର ମାଳିସାହି, ଖଣ୍ଡୁଗାଁ, ମହିପୁର୍ ବାହାଡଝୋଲା, କପ୍ତାପଲ୍ଲଇ, ଗୁମି, ଜକଡା, ନୂଆଗାଁ, କୋରଡ଼ା, ସୋରଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ଥିଲା ଆଗକୁ ମଧ୍ୟ ଜାରି ରହିବ…

Read More

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କଲେ ରମେଶ ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): କନ୍ଧମାଳ ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଆରମ୍ଭ କରିଦେଇଛନ୍ତି ମାରାଥନ ପ୍ରଚାର।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା, କୋରଡ଼ା, ଉଦୟପୁର ପଞ୍ଚାୟତ ର ଗ୍ରାମ କୁ ଗ୍ରାମ ଏପରିକି ଘର ଘର ବୁଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ନିର୍ବାଚନ ପ୍ରଚାର କରିବା ସହ ଡବଲ ଶଙ୍ଖ ରେ ଭୋଟ ଦେବାପାଇଁ ଲୋକମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି।ତତ୍ ସହିତ ଜନ କଲ୍ୟାଣ କାରୀ ବିଜେଡ଼ି ଇସ୍ତାହାର ସମ୍ପର୍କରେ ଲୋକମାନଙ୍କୁ ଜଣାଇଛନ୍ତି।ଲୋକମାନଙ୍କ ସାଥିରେ ଥିଲି, ଅଛି, ରହିଥିବି ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ସେବା, ବିକାଶ ପାଇଁ ମୁଁ ସଙ୍କଳ୍ପ ବଦ୍ଧ ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି। ତତ୍ ସହିତ…

Read More

ନୟାଗଡ଼ ଜିଲ୍ଲାର ଚାରି ନିର୍ବାଚନ ମଣ୍ଡଳୀର କିଏ କାହାର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ୧୧୯-ରଣପୁର, ୧୨୦-ଖଣ୍ଡପଡ଼ା ଓ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ରପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୧୯- ରଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗ୍ୟ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ- ୧) ସରୋଜ କୁମାର ନାୟକ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ୨) ସୁରମା ପାଢ଼ୀ (ଭାରତୀୟ ଜନତା ପାର୍ଟି), ୩) ସତ୍ୟନାରାୟଣ ପ୍ରଧାନ (ବିଜୁଜନତା ଦଳ), ୪) ବିଭୁପ୍ରସାଦ ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ), ୫) କୃଷ୍ଣଚନ୍ଦ୍ର ମହାପାତ୍ର (ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟି), ୬) ସୁଧିର କୁମାର ଦାସ (ଆମ ଆଦ୍‌ ପାର୍ଟି), ୭) ହୁଲାସ ବାରିକ (ସ୍ୱାଧୀନ) ଓ ୮) ସନ୍ତୋଷ କୁମାର ସାହୁ (ସ୍ଵାଧୀନ)। ୧୨୦-ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ହେଲେ ୧) ବୈଜୟନ୍ତିମାଳା…

Read More

ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶଙ୍କ ମାରାଥନ ପ୍ରଚାର

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରେ ଥିବା ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ହେଉଛି ବିଜୁ ଜନତା ଦଳର ଗଡ। ବିଧାୟକ ପ୍ରାର୍ଥୀ ରମେଶ ଙ୍କୁ ବଦନାମ କରି ବିଜେଡ଼ି ଗଡ କୁ ଭାଙ୍ଗିବା ପାଇଁ କିଛି କୁଚକ୍ରୀ ଚେଷ୍ଠା କରିଥିଲେ ମଧ୍ୟ ବିଧାୟକ ରମେଶଙ୍କ ଅକ୍ଲାନ୍ତ ପରିଶ୍ରମ, ଚେଷ୍ଠା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଯେଉଁ ବିକାଶ ଦିଗରେ ଆଗେଇ ଚାଲିଲା, ଯାହାର ଫଳ ସ୍ୱରୂପ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରମେଶଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ବିଧାୟକ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ବେହେରାଙ୍କୁ ଟିକେଟ ପ୍ରଦାନ କଲେ। କୁଚକ୍ରୀମାନେ ଯେଉଁ ଅଙ୍କ କସିଥିଲେ ତାହା ଛିଡ଼ିଲା। ବର୍ତ୍ତମାନ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଘର ଘର ବୁଲି ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି।ଦଶପଲ୍ଲା ନିର୍ବାଚନ…

Read More

ପ୍ରାର୍ଥୀପତ୍ର ଦାଖଲ କଲେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଛାନିଆ

ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥ‌ିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ…

Read More