ଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନ
ପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ
କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧ‌ିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧ‌ିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି ସମଗ୍ର ଜିଲ୍ଲାରେ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଉଭୟ ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ତ୍ରିଲୋଚନ ବେହେରା (୫୪୭), ଆଲଫା ସେନିଲା ଶୁଭଦର୍ଶିନୀ – ୫୪୫, ରାଧାରାଣୀ ସାଇ ପ୍ରସାଦିନୀ (୫୪୫) ଏବଂ ଆକାଶ କୁମାର ସାହୁ ୫୪୨ ନମ୍ବର ରଖି ଏ-୧ ବର୍ଗରେ ରହି ପାଢ଼ୀ ଟ୍ୟୁଟୋରିଆଲର, ଜିଲ୍ଲା ତଥା ନୟାଗଡ଼ ମହାବିଦ୍ୟାଳୟର ଗର୍ବ ଓ ଗୌରବ ପାଲଟିଛନ୍ତି। ପ୍ରକାଶ ଥାଉକି ଆଜକୁ ୨୬ ବର୍ଷ ହେଲା ଏହି ସର୍ବ ପୁରାତନ ଅନୁଷ୍ଠାନ ପାଢ଼ୀ ଟ୍ୟୁଟୋରିଆଲ ସଫଳତାର
ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିଚାଲିଛି । ସମଗ୍ର
ଜିଲ୍ଲା ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୁମିକା ନିର୍ବାହ
କରିଆସିଛି । ଅନୁଷ୍ଠାନର ନିର୍ଦ୍ଦେଶିକା ଅରୁନ୍ଧତୀ ପାଢ଼ୀ ଏବଂ ମାର୍ଗ
ଦର୍ଶକ ଡ଼ କମଳାକାନ୍ତି ସାହୁ ଏହି ବିରଳ ସଫଳତା ପାଇଁ ଅନୁଷ୍ଠାନର
ସମସ୍ତ କର୍ମକର୍ତ୍ତା, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଶ୍ରେୟ ପ୍ରଦାନ
କରିବା ସହ ନୟାଗଡ଼ବାସୀଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ
ଦେଇଛନ୍ତି।

Related posts