ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ଓ ୧୫ ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାଉଦି ଆରବରେ ଜୁବେଲ ସହରସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା” ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ଵୟଂ ପ୍ରଭାସ ପାଢ଼ୀ ଓ ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଯୋଗ ଦେଇଥିଲେ। ଏଥି ସହିତ ଓଡ଼ିଶାର ଦୁଇ ଜଣ କିମ୍ବଦନ୍ତୀ ଓଡ଼ିଆଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଉତ୍କଳିକା ତରଫରୁ ସାଉଦି ଆରବରେ “ଉତ୍କଳ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ।

ଏଥିସହିତ ଉତ୍ସବରେ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଲଟନ ଗ୍ରୁପ୍ ର ମୁଖ୍ୟ ନିର୍ଦେଶକ ଶ୍ରୀଯୁକ୍ତ ଫିରୋଜ ଖାନ୍ ବରିଷ୍ଠ ଉପଦେଷ୍ଟା ଅଜୟ କୁମାର ଦାସ ଏବଂ ମୁଖ୍ୟ ସଂଚାଳକ ଜୟନ୍ତ କୁମାର ମହାପାତ୍ରଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା,୧୫ ବର୍ଷ ପୂର୍ତ୍ତି ଅବସରେ ଉପଦେଷ୍ଟା ଅଜୟ କୁମାର ଦାସ ଓଡ଼ିଶା ର ସଙ୍କୃତି, ପରମ୍ପରା ,ଐତିହ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭବରେ ଠିଆ ହୋଇଛି ବୋଲି କହିଥିଲେ। ଏଥି ସହିତ ମୁ ଓଡ଼ିଆ ମୋ ଭାଷା ବଢିଆ ର ସ୍ଲୋଗାନ ସହ ଦୀପ ପ୍ରଜ୍ବଳନ କରାଯାଇଥିଲା।ଏହି ଅବସରରେ ସାଂସ୍କୃତିକ ସମ୍ପାଦିକା ସଞ୍ଜୁକ୍ତା ପାଢ଼ୀ, ମୁସ୍ତାଫା ବେଗ ଓ ବନ ବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡୀ, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ସଂଗଠନର ଦଶମ ବାର୍ଷିକ ପତ୍ରିକା “ଉତ୍କଳିକା” ଉନ୍ମୋଚନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସଂଗୀତ “ବନ୍ଦେ ଉତ୍କଳ ଜନନୀ “କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ରୁ ଆସିଥିବା କଣ୍ଠ ଶିଳ୍ପୀ ମାନଙ୍କ ଗୀତରେ ପ୍ରବସୀ ଓଡ଼ିଆ ଝୁମିଥିଲେ। ଶେଷରେ ଓଡ଼ିଆ ଖାଦ୍ୟର ମଜା ନେବା ସହ ଆଗକୁ ଉତ୍କଳିକା କିଭଳି ବିଶ୍ବର ସର୍ବ ବୃହତ ପ୍ରବାସୀ ଓଡ଼ିଆ ସଂଗଠନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ୫00 ଉର୍ଦ୍ଧ ଓଡ଼ିଆ ଯୋଗ ଦେଇ ଓଡ଼ିଆ ଗୀତ, ନାଚ ଓ ଖାଦ୍ୟର ମଜା ନେଇଥିଲେ। କାର୍ଯ୍ୟକ୍ରମକୁ ସଫଳତା ସହ ତୁଲାଇଥିବାରୁ କାର୍ଯ୍ୟକ୍ରମର ମୁଖ୍ୟ ସଂଚାଳକ ଜୟନ୍ତ ମହାପାତ୍ର, ସମସ୍ତ ସଦସ୍ୟ ତଥା ସରୋଜ ପାତ୍ର, ଚିନ୍ମୟ ଲେଙ୍କା, ପ୍ୟାରୀମୋହନ ମଲିକ, ତାହିର ଅନ୍ଵର୍, ସୁଧୀର ସେନାପତି, ସୁଶାନ୍ତ ପ୍ରଧାନ, ମହେଶ୍ବର ଜେନା, ବସନ୍ତ ଦାସ, ଉମାକାନ୍ତ ପାଢ଼ୀ, ମାନସ ମହାପାତ୍ର, ପଙ୍କଜ ସିଂହ, ମନୋଜ ନାୟକ, ବସନ୍ତ ସାହୁ, ରାଧେ ଶ୍ୟାମ ରାମ, ଅମୃତ ଲାଲ୍, ପ୍ରଭାତ ଶତପଥି, ପ୍ରଭାତ ପରିଡ଼ା, ସୁବାସିଶ ସୁନ୍ଦର ରାୟ, ସୁବାସିସ ମିଶ୍ର, ସୁଜିତ୍ କୁମାର ସେନାପତି, ବାସୁଦେବ ସ୍ୱାଇଁ,ଭଗବାନ୍ ପାତ୍ର, ସମ୍ବିତ ସାହୁ, ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Related posts