+୨ ବିଜ୍ଞାନରେ ବିକ୍ରମ ହେଲେ ଜିଲ୍ଲା ଟପ୍ପର

ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ବିକ୍ରମ କେଶରୀ ମିଶ୍ର, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୫୪ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। A1ଗ୍ରେଡ ପାଇ ସଫଳତା ହାସଲ କରିଛନ୍ତି। ବିକ୍ରମଙ୍କ ବାପା ମାଆ ଶିକ୍ଷକ, ଶିକ୍ଷୟତ୍ରୀ ହୋଇଥିବା ବେଳେ ପାଠ ପଢ଼ାରେ ସେମାନଙ୍କ ପ୍ରେରଣା ପାଇ ପରୀକ୍ଷାରେ ସଫଳତା ମିଳିଥିବା ବିକ୍ରମ କହିଛନ୍ତି। ନୟାଗଡ଼ ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟରେ ବିକ୍ରମ ପାଠ ପଢ଼ୁଥିବା ବେଳେ ଘରୋଇ କୋଚିଙ୍ଗ ସେଣ୍ଟର ଅକ୍ସଫୋର୍ଡ଼ରେ କୋଚିଂ ନେଉଥିଲେ। ବିକ୍ରମ ଗତ ମାଟ୍ରିକରେ ୫୭୨ନମ୍ୱର ରଖି A1 ଗ୍ରେଡରେ ପାସ କରିଥିଲେ। ନୟାଗଡ଼ ବ୍ଲକ ହରିହରପୁର ଗ୍ରାମରେ ବିକ୍ରମଙ୍କ ବାପା ମାଆ ରହୁଥିବା ବେଳେ ନିଜ ଗାଁ ମାନ୍ଧାତାପୁର ବୋଲି ଜଣାପଡ଼ିଛି। ବିକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢି ମାଟ୍ରିକରେ A1 ଗ୍ରେଡ ସଫଳତା ହାସଲ କରିଥିଲେ। ପରେ ନୟାଗଡ଼ ସ୍ବୟଂଶାସିତ ମହାବିଦୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିଥିଲେ। ଚଳିତ ବର୍ଷ ଯୁକ୍ତ ପରୀକ୍ଷାରେ ୫୫୪ନମ୍ବର ରଖି ଜିଲ୍ଲା ଟପ୍ପର ହେବାରେ ସଫଳ ହୋଇଛନ୍ତି। ସବୁଠୁ ତାଙ୍କୁ ମିଳିଛି ଶୁଭେଚ୍ଛା, ଆଗକୁ ସେ ଇଞ୍ଜିନୟରିଙ୍ଗ୍ ପାଠ ପଡ଼ିବେ ବୋଲି ଆଶା ରଖିଛନ୍ତି।ପାଠ ପଢାରେ ଡାଉଟୁ କ୍ଲିୟର କରିବା ପାଇଁ ବାପା ମାଆ ଏବଂ କଲେଜ ଅଧ୍ୟାପକ ଏବଂ କୋଚିଙ୍ଗ ସେଣ୍ଟର ଶିକ୍ଷକଙ୍କ ସହଯୋଗ ରହିଥିବା ବିକ୍ରମ କହିଛନ୍ତି।

Related posts