ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ନୟାଗଡ ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରର ଛାତ୍ରୀ ଅନନ୍ୟା ମୈତ୍ରୀ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅନନ୍ୟା ଇଟାମାଟିର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ମହାବୀର କୋଚିଂ ସେଣ୍ଟରରେ ପଢୁଥିଲେ। ସେହିପରି ଏହି ଅନୁଷ୍ଠାନର କୋଚିଂ ନେଉଥିବା ଲିପିନା ସାହୁ ୫୦୩ ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଇତିସ୍ମିତା ସାହୁ ୪୮୮ମାର୍କ ରଖି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅନୁଷ୍ଠାନର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବୀର କୋଚିଂ ସେଣ୍ଟରର ଚେୟାରମ୍ୟାନ ମଞ୍ଜୁବାଳା ସିଂ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
