ବିଜେଡିର ବିରାଟ ମହିଳା ଶୋଭାଯାତ୍ରା, ହଜାର ହଜାର ସାମିଲ

ମା’ ମାନଙ୍କର ଦୁଃଖ ବୁଝନ୍ତି କେବଳ ନବୀନ : ଅରୁଣ।

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଶେଷ ପର୍ଯ୍ୟାୟରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁରେ ବିଜେଡି ପକ୍ଷରୁ କରାଯାଇଛି ବିରାଟ ମହିଳା ଶୋଭାଯାତ୍ରା । ହଜାର ହଜାର ମହିଳା ଏହି ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ଗାଁ ରଘୁନାଥ ମନ୍ଦିରରୁ ଏହି ସମାବେଶ ବାହାରି ଓଡ଼ଗାଁ ମିନି ଷ୍ଟାଡିୟମ ପାଖରେ ପହଞ୍ଚିଥିଲା । ମହିଳା ମାନେ ଚାଲି ଚାଲି ବିଭିନ୍ନ ନାରା ଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ମହିଳା ସମାବେଶରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ମହିଳା ମାନଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମା’ ମାନେ ସ୍ୱାବଲମ୍ବି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ମା’ ମାନଙ୍କୁ ସ୍ୱାବଲମ୍ବି କରିଛନ୍ତି । ମା’ ମାନେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ନିଜକୁ ବିକଷିତ କରିଛନ୍ତି । ମହିଳା ମାନେ ଅଧୀକ ସ୍ୱାବଲମ୍ବି ହେବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଆଗାମୀ ଦିନରେ ମିଶନ ଶକ୍ତିର ମା’ ମାନଙ୍କ ପାଇଁ ପେନ୍‌ସନ୍ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନୟାଗଡ଼କୁ ଭଲ ପାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିକାଶଶୀଳ ହୋଇଛି । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ମହିଳା ମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଉଛନ୍ତି । ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତାକୁ ଦ୍ୱିଗୁଣିତ କରାଯାଇଛି । ଏଥି ସହିତ ଆଗାମୀ ଦିନରେ ମାଗଣା ବିଜୁଳି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି।

ଠିକ ସେହିପରି କୌଣସି ବିକାଶମୂଳକ କାର୍ଯ୍ୟକୁ ଯେପରି କଷ୍ଟ ସ୍ୱୀକାର କରି ନିର୍ମାଣ କରାଯାଇଥାଏ,ସନ୍ତାନକୁ ଜନ୍ମ ଦେଇଥିବା ମା\’ହିଁ ବୁଝିପାରିବ। ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ।ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇଦେବେ ଓ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବେ ବୋଲି କହିଥିଲେ ଅରୁଣ। ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି ବୋଲି ପ୍ରକାଶ କରିଛନ୍ତି।ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ,ଶିକ୍ଷା,ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି।

୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଅଭିନେତ୍ରୀ ଦିବ୍ୟା, ଅଭିନେତା ସୁଭାଶିଷ, ଜିଲ୍ଲା ପରିଷଦ ଝିଲ୍ଲି ପ୍ରଧାନ, ମହିଳା ନେତ୍ରୀ ମିରା ନାୟକ ଓ ସମସ୍ତ ପଞ୍ଚାୟତର ମହିଳା ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ହଜାର ହଜାର ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts