ନିର୍ବାଚନ ପ୍ରଚାରର ଶେଷ ଦିନ, ଅରୁଣଙ୍କ ନିଆରା ପ୍ରୟାସ ‘ପ୍ରତିବଦ୍ଧତା’

ଏକ ଲକ୍ଷ ଲୋକଙ୍କୁ ଭେଟିଲି, ଶାନ୍ତି ପ୍ରତିଷ୍ଠା ହୋଇଛି, ଗ୍ରୀନ୍ କ୍ୟାମ୍ପେନ ସଫଳ ହୋଇଛି : ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ଆଜି ପ୍ରଚାର କାର୍ଯ୍ୟ ସରିଛି । ଏହା ମଧ୍ୟରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରତିବଦ୍ଧତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅରୁଣ ନିଜ ଜୀବନର ପ୍ରତିଶୃତି, ପ୍ରତିବଦ୍ଧତା, ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା, ଗ୍ରୀନ୍ କ୍ୟାମ୍ପେନ୍ ଓ ଭଲ ମଣିଷ ହେବାର ଟିଫ୍‌ସ ପ୍ରଦାନ କରିଥିଲେ ।

ପ୍ରତ୍ୟେକ ମଣିଷ ନିଷ୍ଠା ଓ କଠୋର ପରିଶ୍ରମ କରିବା ଆବଶ୍ୟକ । ଭିଜନ ସହିତ ସୁପର ଭିଜନର ଆବଶ୍ୟକତା ରହିଛି । ଅନୁଭବ ଓ ଅନୁଭୁତିକୁ ସମାଜ ସେବାରେ ଲଗାଇବାର ଆବଶ୍ୟକତା ରହିଛି । ରାଜନିତୀ ହେଉଛି ସମାଜ ସେବାର ଏକ ବରିଷ୍ଠ ମାଧ୍ୟମ । ପ୍ରତିଶୃତିରୁ କିପରି ପ୍ରତିବଦ୍ଧତା ହୋଇପାରିବ ସେଥିପ୍ରତି ସେ ଧ୍ୟାନ ଆକର୍ଷଣ କରିଥିଲେ । ଗ୍ରୀନ୍‌କ୍ୟାମ୍ପେନ୍ ମାଧ୍ୟମରେ ଅନେକ ସଫଳ ମିଳିଛି । ବାୟୁ ପ୍ରଦୁଷଣ ରୋକିବା ସହିତ ଅନେକ ବାର୍ତ୍ତା ପ୍ରଦାନ କରାଯାଇଛି । ଏହିଥର ନିର୍ବାଚନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ୪୭ ଗୋଟି ଗ୍ରାମ ପଞ୍ଚାୟତର ୪୦୦ ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯାଇ ଏକ ଲକ୍ଷ ଭୋଟରଙ୍କ ପାଖରେ ପହଞ୍ଚି ପାରିଛି । ପ୍ରତ୍ୟେକ ଗାଁର ଲୋକ ସେହି ଗାଁରେ ରହିବା ପାଇଁ ଯେଉଁ ପ୍ରୟାସ ହୋଇଥିଲା ସେହି ପ୍ରୟାସ ସଫଳ ହୋଇଛି । ଭାରତ ବର୍ଷର ରାଜନିତୀ, ରାଜ୍ୟ ରାଜନିତୀ ଓ ନୟାଗଡ଼ର ରାଜନିତୀ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ରଖିଥିଲେ ।

କେବଳ ଭିତିଭୁମି ହେଲେ ବିକାଶ ହୁଏ ନାହିଁ । ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସମସ୍ତ ଜନସାଧାରଣଙ୍କର ସହଭାଗିତା ରହିବା ଆବଶ୍ୟକ । ରାଜନିତୀ ଏକ ଫେସନ ନହେଉ । ଟିକେଟ ଖଣ୍ଡିଏ ପାଇଗଲେ ରାଜନିତୀ ସେଠାରେ ଶେଷ ହୁଏ ନାହିଁ । ନିର୍ବାଚନରେ ଜିତନ୍ତୁ ଅବା ହାରନ୍ତୁ ଜୀବନର ପ୍ରତିବଦ୍ଧତା ରହିବା ଦରକାର । ଅରୁଣ ନିଜେ ନିର୍ବାଚନ ଲଢ଼ିବା ଆରମ୍ଭ କଲା ଦିନୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଯେଉଁ ଅଶାନ୍ତି ସୃଷ୍ଟି ହେଉଥିଲା ଆଜି ତାହା ଦେଖିବାକୁ ମିଳୁନାହିଁ । ଭିତିଭୁମି, ବିକାଶ ସହିତ ଶାନ୍ତି, ମୈତ୍ରୀ ଓ ସଂହତିର ଆବଶ୍ୟକତା ରହିଛି । ଅଶାନ୍ତ ନିର୍ବାଚନ ମଣ୍ଡଳୀ ଶାନ୍ତ ହୋଇଛି କେବଳ ନୟାଗଡ଼ ବାସୀଙ୍କର ସ୍ନେହ ଶ୍ରଦ୍ଧା ଲାଗି । ଏହି ନିର୍ବାଚନରେ ବିରୋଧୀ ଦଳ କେବଳ ଗୋଟିଏ କାଣ୍ଡ ଭିଆଇ ନିର୍ବାଚନକୁ ଅଶାନ୍ତ କରିଛନ୍ତି । ଇଲେକ୍‌ସନ ଆସିବ ଟେନ୍‌ସନ୍ ବଢ଼ିବ ।

ସେଥି ନିମନ୍ତେ ବିଚଳିତ ହେବାର ଆବଶ୍ୟକତା ନାହିଁ । ନୟାଗଡ଼ ଏଭଳି ଏକ ନିର୍ବାଚନ ମଣ୍ଡଳୀ ଯେଉଁଠି ଖଣି ଖାଦନା ଓ ଶିଳ୍ପ ପ୍ରତି ସ୍ଥାନ ନାହିଁ । ପାହାଡିଆ ଅଞ୍ଚଳ ହୋଇଥିବାରୁ ଉପର ସୁସ୍କ ଓ ତଳ ସୁସ୍କ ହୋଇ ରହିଛି । ନୟାଗଡ଼ ବାସିଙ୍କର ଆଶୀର୍ବାଦରେ ନୟାଗଡ଼କୁ ରେଳ ଚଳାଚଳ ଆରମ୍ଭ ହୋଇଛି । ଆଗାମୀ ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଶିଳ୍ପ ସମୃଦ୍ଧି ହେବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ନିଜ ଚିନ୍ତାଧାରାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ମଣିଷ କିପରି ଶାନ୍ତିପୁର୍ଣ୍ଣ ଜୀବନ କଟାଇବ ସେଥି ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକତା ବୋଲି ବକ୍ତବ୍ୟ ରଖିଥିଲେ । ନିର୍ବାଚନ ପ୍ରଚାରର ଶେଷ ଦିନରେ ଅରୁଣଙ୍କ ଏହି ପ୍ର୍ରୟାସକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

Related posts