ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…
Read MoreCategory: ନୂଆଗାଁ ବ୍ଲକ
ନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସଭାପତିତ୍ୱରେ ଭାରତରେ ନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ୍ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍ରେ FIR କରିବାର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଂଚିଙ୍ଗ୍ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ୍ର ଅନ୍ତର୍ଭୁକ୍ତ, ସ୍ପଷ୍ଟ ଏବଂ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି ଏବଂ ଯାଂଚ୍ର ଅଡିଓ ଭିଡିଓ ରେକଡିଂ ଇତ୍ୟାଦିକୁ ନୂତନ ଅପରାଧିକ…
Read Moreଆନ୍ତର୍ଜାତୀକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ,(ନୟାଗଡ଼ ଦର୍ପଣ): ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଏହାର ଅବୈଧ ଚାଲାଣ ଉପରେ ନୟାଗଡ଼ରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଲି ବଜାର ସହ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ସଚେତନତା ରାଲି ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଅତିଥିମାନେ ନିଶା ସେବନ ଦ୍ୱାରା କେବଳ ଯେ ସେବନକାରୀ ତଳିତଳାନ୍ତ ହୁଏ ତା ନୁହେଁ, ତାର ପରିବାର ମଧ୍ୟ ଆର୍ଥିକ ଓ ମାନସିକ ଦୁର୍ଗତି ର ଶିକାର ହୁଅନ୍ତି। ସମାଜ ଉପରେ ମଧ୍ୟ ପ୍ରଭାବ ପଡେ। ଯାହା ସେବନ କଲେ ମନୁଷ୍ୟ ର ଶରୀର,…
Read Moreଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ…
Read Moreକୃଷକଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି
ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି ଅଧିନରେ ଆଜି ୯କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ ୨୦ହଜାର କୋଟି ଟଙ୍କା ଦେଶର କୃଷକମନଙ୍କ ଖାତାକୁ ସ୍ଥାନାନ୍ତର ଉତ୍ତର ପ୍ରଦେଶର ବାରାଣାସୀରୁ ସିଧାପ୍ରସାରଣର କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷକମାନଙ୍କ ଉନ୍ନତି ନିମନ୍ତେ କୃଷକମାନଙ୍କ କ୍ଷେତକୁ ପାଣି,ଆଖୁଚାଷର ଉନ୍ନତି ଉପରେ ଆମ ସରକାର ଧ୍ୟାନ ଦେବ। ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ, ସ୍ୱାମିନାଥନ୍ କମିଟି ଦେଇଥିବା ସୁପାରିଶ ଅନୁସାରେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଥମ…
Read Moreଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଦିଲିପ କୁମାର ବଳଙ୍କ ସଂଯୋଜନାରେ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାପାଳ ଶ୍ରୀମତୀ ସିଂଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତି ବର୍ଷ ପ୍ରାକ୍ ମୌସୁମୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମାଜସେବୀଙ୍କୁ ନେଇ ଏକ ମକ୍ଡ୍ରିଲ(ମିଛ ଅଭିନୟ) କରାଯାଏ । ଏଥିପାଇଁ ଆଜି ଜିଲ୍ଲାସ୍ତରରେ ଦିବା ୧୦ଘଟିକା ଠାରୁ…
Read Moreଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।
Read Moreଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି…
Read Moreବିଜେଡିର ବିରାଟ ମହିଳା ଶୋଭାଯାତ୍ରା, ହଜାର ହଜାର ସାମିଲ
ମା’ ମାନଙ୍କର ଦୁଃଖ ବୁଝନ୍ତି କେବଳ ନବୀନ : ଅରୁଣ। ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଶେଷ ପର୍ଯ୍ୟାୟରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁରେ ବିଜେଡି ପକ୍ଷରୁ କରାଯାଇଛି ବିରାଟ ମହିଳା ଶୋଭାଯାତ୍ରା । ହଜାର ହଜାର ମହିଳା ଏହି ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ଗାଁ ରଘୁନାଥ ମନ୍ଦିରରୁ ଏହି ସମାବେଶ ବାହାରି ଓଡ଼ଗାଁ ମିନି ଷ୍ଟାଡିୟମ ପାଖରେ ପହଞ୍ଚିଥିଲା । ମହିଳା ମାନେ ଚାଲି ଚାଲି ବିଭିନ୍ନ ନାରା ଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ମହିଳା ସମାବେଶରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ମହିଳା ମାନଙ୍କୁ…
Read Moreଅଚ୍ୟୁତ ସାମନ୍ତ ଓ ରମେଶ ବେହେରାଙ୍କ ମାରାଥନ ପ୍ରଚାର
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନୀ ମଣ୍ଡଳି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏକ ବିଶାଳ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ ସହ ମାରାଥନ ପ୍ରଚାର କରିଛନ୍ତି । ନୂଆଗାଁ ବ୍ଳକର ମାଳିସାହି, ଖଣ୍ଡୁଗାଁ, ମହିପୁର୍ ବାହାଡଝୋଲା, କପ୍ତାପଲ୍ଲଇ, ଗୁମି, ଜକଡା, ନୂଆଗାଁ, କୋରଡ଼ା, ସୋରଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ଥିଲା ଆଗକୁ ମଧ୍ୟ ଜାରି ରହିବ…
Read More