ଜୁଲାଇ ୨୧ ରେ ନୂଆଗାଁ ବ୍ଲକରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ”ର ଅଡିସନ୍

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ “ସୃଜନିକା” ତରଫରୁ ବ୍ଲକ୍ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ର ନୂଆଗାଁ ବ୍ଲକ୍ ଅଡିସନ୍ ଆସନ୍ତା ଜୁଲାଇ ମାସ ୨୧ ତାରିଖ ରବିବାର ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୮ ବର୍ଷ ରୁ ୧୮ ବର୍ଷ ର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିପାରିବେ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ।ନୃତ୍ୟର ସମୟ ସୀମା ୩ ମିନିଟ୍ ରଖାଯାଇଛି। ନୟାଗଡ ଜିଲ୍ଲା ର ପିଲାମାନଙ୍କ ର ଏହି ନୃତ୍ୟ ପ୍ରତିଭା କୁ ଲୋକଲୋଚନକୁ ଆଣିବା ର ପ୍ରୟାସ ନେଇ ଏହି ପ୍ରତିଯୋଗିତା ର ଆୟୋଜନ କରାଯାଇଛି ବୋଲି ସୃଜନିକା ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଆଜିର ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ପରିଷଦ ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରତିଯୋଗିତା ର ନୀତି ନିୟମ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଶେଷରେ ସମାଜସେବୀ ଦାମୋଦର ସାହୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related posts