ନୂଆଗାଁ:(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ, ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ସଭାପତି ରାଜଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ରୀଡା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରିରୀକ, ମାନସିକ ଏବଂ ସାମାଜିକ ବିକାଶ ହୋଇଥାଏ,ତେଣୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ସହିତ କ୍ରୀଡା, ଯୋଗକୁ ମଧ୍ୟ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ଦଶପଲ୍ଲା ବିଧାୟକ…
Read MoreCategory: ନୂଆଗାଁ ବ୍ଲକ
ଲୁଣିସରା ଠାରେ ଇନୋଭା ଅଟୋ ଧକ୍କା , ଅଟୋ ଚାଳକ ମୃତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଇନୋଭା ସହିତ ଅଟୋ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉକି ଅପରାହ୍ନ ୪ ଟା ସମୟରେ ଭୂବନେଶ୍ୱରରୁ ଏକ ଇନୋଭା ଗାଡି(ଓଡ଼ି- ୦୨- ବି ଡବ୍ଲୁ- ୧୭୨୭ )ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଅଟୋ (ଓଡ଼ି -୨୫ ସି -୪୦୦୨) ଲୁଣିସରା ନିକଟରେ ଉଭୟ ଗାଡି ମୁହାମୁହିଁ ହୋଇଥିଲେ। ଫଳରେ ଅଟୋ ଚାଳକ ଓଡ଼ଗାଁ ଥାନା ସାକେରୀ ଗ୍ରାମର ବାସୁଦେବ ପ୍ରଧାନଙ୍କ ପୁଅ ବିରଞ୍ଚି ନାରାୟଣ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିରଞ୍ଚିଙ୍କୁ…
Read Moreବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ…
Read Moreବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧୩ଟି କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ସିଆରସିସି ଶ୍ରୀନିବାସ ରଥ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସି ଉପରେ କହିଥିଲେ। କୋରଡ଼ା ମା ତାରିଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଛାତ୍ର ଛାତ୍ରୀମାନଙ୍କୁ ତିଥି ଭୋଜନ ଦିଆଯାଇଥିଲା। ଭରତ ନୋଡାଲ କ୍ଲଷ୍ଟର ରେ ଥିବା ମହିତମା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବିଦ୍ୟାଳୟ…
Read Moreବାରହା ଆକ୍ରମଣ ଅଳ୍ପକେ ବର୍ତ୍ତିଲେ ଭଗବାନ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାରପଲ୍ଲୀ ଗ୍ରାମର ନଟବର ସେନାପତିଙ୍କ ପୁଅ ଭଗବାନ ସେନାପତି (୫୭) ନିଜ ସ୍ତ୍ରୀ, ଦୁଇ ପୁଅଙ୍କ ସହ ଦିନ ମଜୁରିଆ ଏବଂ କିଛି ଚାଷ କରି ପରିବାର ପୋଷଣ କରିଥାନ୍ତି। ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ଭଗବାନ ସେନାପତି ଆଖୁ କିଆରିକୁ ଯାଇଥିବା ବେଳେ ଜଙ୍ଗଲରୁ ଆସିଥିବା ବାରହା ହଠାତ୍ ଭଗବାନଙ୍କୁ ଆକ୍ରମଣ କରିଥିଲା। ଭଗବାନ ତଳେ ପଡିଯିବାରୁ ଭଗବାନଙ୍କ ଗୋଡ଼କୁ ବାରହା କାମୁଡି ଚାଲିଥିଲା। ଭଗବାନ ଜୀବନ ବିକଳରେ ଚିତ୍କାର କରିବା ଦ୍ଵାରା ଗ୍ରାମର କିଛି ଲୋକ ଶବ୍ଦ ଶୁଣି ବିଲକୁ ଧାଇଁ ଆସିବା ଦ୍ଵାରା ବାରହାଟି ଚାଲିଯାଇଥିଲା।ସେଠାରୁ ଭଗବାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ଗାଡି ଭଡ଼ା କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।…
Read Moreନୂଆଗାଁ ପଞ୍ଚାୟତ ରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ, ବରିଷ୍ଠ ବ୍ୟକ୍ତି ଭିକାରୀ ସାସମଲ୍, ମାମାନି ପ୍ରଧାନ, ସମାଜ ସେବୀ ରାଜ କିଶୋର ପ୍ରଧାନ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ଅଞ୍ଚଳର ବରିଷ୍ଠ ବ୍ୟକ୍ତି, ମହିଳା ଯୋଗଦେଇ ନିଜ ଘରକୁ ସଫା ରଖିବା ସହ ଚାରିପାଖ ସଫା ସୁତୁରା ରଖିବି, ପ୍ଲାଷ୍ଟିକ ଓ ପଲ୍ ଥିନର ବ୍ୟବହାର କମ କରିବା ପାଇଁ ସଚେତନ କରାଇବି, ପାଇବା ପାଣି ଓ ଖାଦ୍ୟକୁ ଘୋଡାଇ ରଖିବି, ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳି ପାଳନ କରିବି ଆଦି ଶପଥ…
Read Moreବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ…
Read Moreନୂଆଗାଁରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ସମ୍ପନ୍ନ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପ୍ରତିଯୋଗିତା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା, ଗୁଣାତ୍ମକ ଶିକ୍ଷାର ବିକାଶ କରିବା ବୋଲି କହିଥିଲେ। ତତ୍ ସହିତ ପ୍ରତ୍ୟକ କ୍ଷେତ୍ରରେ ବିକାଶ ପାଇଁ ଆଗ୍ରହର ଆବଶ୍ୟକତା ଅଛି ବୋଲି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ଜ୍ୟୋତ୍ସ୍ନାରାଣୀ ସେଠୀ, ନୂଆଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସିଆରସିସି ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା କିପରି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ…
Read Moreକନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମହାନତା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଂଚାୟତ ମଧୁପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ ନାମକ ଜୈନିକ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅହମଦାବାଦରୁ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ତଥା ମଧୁପୁର ଗ୍ରାମକୁ ଅଣାଯାଇଛି । ଶ୍ରୀକାନ୍ତଙ୍କ ମରଶରୀର ଗାଁ’ରେ ପହଞ୍ଚିବା ପରେ ମଧୁପୁର ଗ୍ରାମରେ ଦୁଃଖର ବାତାବରଣ ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀକାନ୍ତ ଗୁଜୁରାଟରେ ରହି କାମ କରୁଥିଲେ। ଅହମଦାବାଦ ଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିଲା। ପାଖରେ ଆଉ ଅର୍ଥ ନଥିବାରୁ ଶ୍ରୀକାନ୍ତଙ୍କ ମରଶରୀରକୁ ଡାକ୍ତରଖାନା କର୍ମଚାରୀ ନିଜ ଗ୍ରାମକୁ ପଠାଉନଥିଲେ। ଏହି ଦୁଃଖଦ ଖବର ପାଇ କନ୍ଧମାଳ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ଅଞ୍ଚଳର ପୁଅ ସୁକାନ୍ତ ପାଣିଗ୍ରାହୀ ଏହି ବିଷୟରେ…
Read Moreଗଜାନନଙ୍କ ଭସାଣି ଉତ୍ସବ, ନାଚ, ଗୀତରେ ଝୁମିଲେ ଭକ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍, ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟଙ୍କ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟମାନେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ, ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ, ଘଣ୍ଟ ,ବାଜା ବାଣରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ନୂଆଗାଁ ଗଜାନନ କ୍ଳବ୍ , ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଗଜାନନ କ୍ଳବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଗଣେଶ ମୂର୍ତ୍ତିଙ୍କୁ ବିରାଟ ପଟୁଆରରେ ବାଜା, ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତିକୁ ନୂଆଗାଁ ଶିବ ମନ୍ଦିର…
Read More