ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍, ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟଙ୍କ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟମାନେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ, ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ, ଘଣ୍ଟ ,ବାଜା ବାଣରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ନୂଆଗାଁ ଗଜାନନ କ୍ଳବ୍ , ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଗଜାନନ କ୍ଳବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଗଣେଶ ମୂର୍ତ୍ତିଙ୍କୁ ବିରାଟ ପଟୁଆରରେ ବାଜା, ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତିକୁ ନୂଆଗାଁ ଶିବ ମନ୍ଦିର…
Read MoreCategory: ନୂଆଗାଁ ବ୍ଲକ
ନୟାଗଡରେ ଜିଲ୍ଲାସ୍ତରୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ…
Read Moreବିଧାୟକ ନୁହଁ ଭାଇଟିଏ ହୋଇ ସୁଖ, ଦୁଃଖରେ ରହିବି: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଥିବା କ୍ଳବ୍ ଦ୍ଵାରା ଜ୍ଞାନଦାତା, ଶକ୍ତିଦାତା, ସୁଖ ଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟଙ୍କ ପୂଜା ଉତ୍ସବ ଉପଲକ୍ଷେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟଙ୍କ ଆଶ୍ରୀବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୂଜା ଉତ୍ସବ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ଦ୍ବାରା କିପରି ଭାଇଚାରା ସୃଷ୍ଟି ହୁଏ ଏବଂ ବିକାଶ ଧାରାକୁ ଆଗେଇ ନେବାପାଇଁ ମୋତେ ଦ୍ଵିତୀୟ ଥର ଆଶୀର୍ବାଦ…
Read Moreଗରୁଡ଼ ପକ୍ଷୀକୁ ଉଦ୍ଧାର କଲେ ଚିତ୍ତରଞ୍ଜନ
ନୂଆଗାଁ, (ନୟାଗଡ଼ ଦର୍ପଣ): ଏବେବି ବଞ୍ଚିରହିଛି ମଣିଷ ପଣିଆ। ପଶୁ ପକ୍ଷୀମାନଙ୍କ ପ୍ରତି ରହିଛି ଅକୁଣ୍ଠ ଭଲ ପାଇବା। ଯାହାକି ପଶୁ କିମ୍ବା ପକ୍ଷୀମାନେ ଆହତ ହେଲେ ଉଦ୍ଧାର କରୁଛନ୍ତି ଚିତ୍ତରଞ୍ଜନ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମର ଚିତ୍ତରଞ୍ଜନ ଖିଲାର (କାଳିଆ। ଉଦ୍ଧାର କରିଛନ୍ତି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ। ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଦଶପଲ୍ଲାରୁ ଗ୍ରାମକୁ ଫେରୁଥିବା ବେଳେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗରୁଡ଼ ପକ୍ଷୀଟିକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଗରୁଡ଼ ପକ୍ଷୀକୁ ଉଦ୍ଧାର କରି ଗ୍ରାମକୁ ଆଣି ଅମୂଲ ମିଶ୍ରିତ ଜଳ ପିଆଇ ଚିତ୍ତରଞ୍ଜନ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ାଙ୍କୁ ଖବର ଦେଇଥିଲେ। ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଚିତ୍ତରଞ୍ଜନଙ୍କ ଠାରୁ ଗରୁଡ଼ ପକ୍ଷୀଟିକୁ ଆଣି ନୂଆଗାଁ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ବ୍ଲକ୍ ପ୍ରାଣୀ…
Read Moreନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…
Read Moreରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ କି ପଦକ୍ଷେପ ନିଆଯାଇଛି ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ସ୍ଥିର କରୁଥିଲେ, ଏ ଦିଗରେ କୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମିଶ୍ରଣ ହୋଇଥିବା ବିଦ୍ୟାଳୟ କୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆବେଦନ କରାଯାଇଥିବା WA No 417/2021 ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ବିଚରାଧୀନ ଅଛି ,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।
Read Moreପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟରର ମସ୍କାବାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନୂଆଗାଁ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀମାଞ୍ଚଳ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ସି ଆର୍ ସି ସି କୈଳାଶ ନାୟକ, ଶିକ୍ଷକ ସୁଧୀର କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନବକୃଷ୍ଣ ସାହୁ, ଚିନ୍ତାମଣି ବିଦ୍ୟାପୀଠ ଶିକ୍ଷକ ବିନାୟକ ପରିଡ଼ା, ହୃଷୀକେଶ ପ୍ରଧାନ, ପରମାନନ୍ଦ ପରିଡ଼ା, ଲକ୍ଷ୍ମୀଧର ବେହେରା, ପ୍ରଶାନ୍ତ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ନାୟକ, ଦୟାନିଧି ପ୍ରଧାନ, ଗ୍ରାମ ସଭାପତି…
Read Moreମହିଳା ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭର କାର୍ଯ୍ୟ ଖସଡ଼ା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ,…
Read Moreଇଟାମାଟି ପଞ୍ଚାୟତରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଯୁବକଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଉଦ୍ଦେଶ୍ୟରେ ଆଜି ଇଟାମାଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କରାଯିବା ସହିତ ” ଗଛ ଲଗାଅ ଜୀବନ ବଞ୍ଚାଅ” , “ପରିବେଶ ସୁରକ୍ଷା ଜୀବନ ରକ୍ଷା”, “ବୃକ୍ଷ ଟିଏ ପିଲା ଟିଏ ” ଇତ୍ୟାଦି ସ୍ଲୋଗାନ ଦେଇଛନ୍ତି। ଗ୍ରାମରେ ଥିବା ଏକ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ଲିମ୍ବ, ବଉଳ, ଅଶୋକ ଓ କଦମ୍ବ ପରି ବହୁ ମୂଲ୍ୟବାନ ବୃକ୍ଷ ମାନ ଲଗାଯାଇଛି । ଇଟାମାଟି ଅଞ୍ଚଳର ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁମିତି କୁମାର ମହାରଣା, ହାପି, ସାହିଲ ରାୟ , ରାଜେଶ ବାରିକ,…
Read Moreକାର ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଯାତ୍ରୀ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ସୋରଡ଼ା ନିକଟରେ ବିଳମ୍ବିତ ରାତିରେ ଏକ କାର ନଂ OD 15 S 0874 ଭୁବନେଶ୍ୱରରୁ ବୀର ମହାରାଜପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇ ସୋରଡ଼ା ନିକଟରେ ଏକ ଗଛରେ ପିଟି ଦେଇଥିଲା। ଗାଡ଼ିରେ ବେଲୁନ ବାହାରିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡିକୁ ଜବତ କରି ନୂଆଗାଁ ଥାନାକୁ ଆଣିବା ସହ କେସ ନଂ ୧୪୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
Read More