ବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ  ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେ ଓ ତାଙ୍କ ସାଥିରେ ଆସିଥିବା ସହଯୋଗୀ ମାନେ ଆସି ମାଡ଼ ମାରିବା ସହ କହିଲେ ବର୍ତ୍ତମାନ ଆମ ସରକାର ଅଛି ତୁ ପାଞ୍ଚ ବର୍ଷ ଭିତରେ ବ୍ଲକ ଭିତରକୁ ଆସିଲେ ତୋର ବେକ କାଟି ଜୀବନରେ ମାରିଦେବୁ ଏବଂ ମୋତେ ରିଫିୟୁଜୁ ବଙ୍ଗାଲୁଣି ଛୋଟ ଲୋକ ବୋଲି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କନ୍ଧୁଣି, ପାଲୁଣି କହି ମୋ ଜାତିକୁ ଆକ୍ଷେପ କରିଥିଲେ। ଏହି ଘଟଣାରେ ମୋର ମାନସମ୍ମାନ ହାନିହେବା ସହିତ ମୋ ଜୀବନ ପ୍ରତୀ ବିପଦ ଥିବାରୁ ମୁଁ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେଲି। ଏନେଇ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାହାଡାଝୋଲା ସମିତି ସଭ୍ୟା ମିତା ଅଧିକାରୀ । ଥାନାରେ ଲିଖିତ ଅଭିଯୋଗ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ସରପଞ୍ଚ, ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ଏନେଇ ବିଜେପି ନେତା ରାଘବ ମଲ୍ଲିକଙ୍କୁ  ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ ଫୋନ ସୁଇଚଅଫ ଥିବା ଜଣାପଡିଛି।

Related posts